Bikash Khabar
ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ଘୋଷଣା, ରଥଯାତ୍ରା ପାଇଁ ଆସୁଥିବା ଯାତ୍ରୀଙ୍କୁ ଦେବ ୫ ଟଙ୍କାରେ ଭୋଜନ

 ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆଉ ରହିଲା ମାତ୍ର ଅଳ୍ପ କେଇ ଦିନ । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ବୈଠକମାନ ଆୟୋଜିତ ହେଉଛି । ଟ୍ରାଫିକ ଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ଓ ନୀତିକାନ୍ତି ଠାରୁ ଆରମ୍ଭ କରି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବା ପାଇଁ ପ୍ରଶାସନ ସହ ଯୋଡ଼ି ହୋଇଛନ୍ତି ସାଧାରଣ ଜନତା ଆଉ ସ୍ୱେଚ୍ଛାସେବୀ । ପୁରୀକୁ ଆସୁଥିବା ରାଜ୍ୟ ତଥା ରାଜ୍ୟବାହାରର ଯାତ୍ରୀଙ୍କ ଗାଡ଼ିକୁ ତାଳବଣିଆରେ ପାର୍କିଂ କରାଯିବାର ବ୍ୟବସ୍ଥା ହୋଇଛି । ପୁରୀ ସହର ମଧ୍ୟକୁ ତାଳବଣିଆ ଦେଇ ବହୁ ଭକ୍ତ ଓ ଯାତ୍ରୀ ଆସୁଥିବାରୁ ତାଳବଣିଆ ଠାରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ପାଂଚଟଙ୍କାରେ ରିଆତି ମୂଲ୍ୟରେ ଭାତ ଡ଼ାଲମା ଭୋଜନ ଯୋଗାଇ ଦେବାର ଘୋଷଣା କରାଯାଇଛି । ଅକ୍ଷୟ ପାତ୍ର ଫାଉଣ୍ଡେସନ ୫ ଟଙ୍କାରେ ଏହି ଭୋଜନ ଯୋଗାଇ ଦେବାର ଦାୟିତ୍ୱ ନେଇଥିବା କଥା ରାଜ୍ୟ ପରିବହନ ଆୟୋଗରେ ଶନିବାର ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । 

02/07/2018

Leave a Reply

Your email address will not be published. Required fields are marked *

Comments