Bikash Khabar
ଏଣିକି ସବୁ ବିଶ୍ୱବିଦ୍ୟାଳୟ ବିଦ୍ୟାର୍ଥିଙ୍କୁ ଏକା ସମୟରେ ମିଳିବ ଗ୍ରାଜୁଏସନ ସାର୍ଟିଫିକେଟ

ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୁଆ ଯୋଜନା ଅନ୍ ଟାଇମ ଗ୍ରାଜୁଏସନ ୨୦୧୯-୨୦ ଶିକ୍ଷା ବର୍ଷରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାଦ୍ୱାରା ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ଏକା ସମୟରେ ଗ୍ରାଜୁଏସନ ସାର୍ଟିଫିକେଟ ପାଇବେ ।

ବର୍ତ୍ତମାନ ରାଜ୍ୟରେ ଉତ୍କଳ, ବ୍ରହ୍ମପୁର, ସମ୍ବଲପୁର, ଫକିର ମୋହନ, ଉତ୍ତର ଓଡ଼ିଶା, ରମାଦେବୀ, ରେଭେନ୍ସା, ଖଲ୍ଲିକୋଟ, ଗଙ୍ଗାଧରମେହେର ବିଶ୍ୱବିଦ୍ୟାଳୟ ରହିଛି । ଏସବୁ ବିଶ୍ୱବିଦ୍ୟାଳୟ ଅଧିନରେ ମୋଟ ୯୮୫ଟି ଅନୁବନ୍ଧିତ କଲେଜ ରହିଥିବାବେଳେ ପ୍ରତିବର୍ଷ ୨ଲକ୍ଷରୁ ଅଧିକ ବିଦ୍ୟାର୍ଥି ଉତ୍ତୀର୍ଣ୍ଣ ହୋଇଥାନ୍ତି । ହେଲେ ସେମାନଙ୍କୁ ଏକା ସମୟରେ ପ୍ରମାଣ ପତ୍ର ମିଳେ ନାହିଁ । କେଉଁ ବିଶ୍ୱବିଦ୍ୟାଳୟ ଠିକ୍ ସମୟରେ ଦେଇ ଦେଇଥାଏ ତ କାହାର ବହୁ ବିଳମ୍ବ ହୋଇଯାଏ । ବ୍ୟାକ୍ ପେପର ରହୁଥିବା ଛାତ୍ରଛାତ୍ରୀ ପାସ୍ କରି ପ୍ରମାଣ ପତ୍ର ପାଇବାକୁ ଆହୁରି ବିଳମ୍ବ ହୁଏ । ଏହା ଦ୍ୱାରା ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ପ୍ରବେଶିକା ଦେବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ଏକା ସମୟରେ ସାର୍ଟିଫିକେଟ ପାଇଁ ନୁଆ ଯୋଜନା ଆରମ୍ଭ କରିବାକୁ ଯାଉଛି । ବିପିୟୁଟି, ଭିସୁଟ, ଶ୍ରୀଜଗନ୍ନାଥ, ଉତ୍କଳ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ଏହି ନିୟମ କାର୍ଯ୍ୟକାରୀ ପାଇଁ ଚିଠି ଲେଖାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ କହିଛି । 
 

11/01/2019

Leave a Reply

Your email address will not be published. Required fields are marked *

Comments