Bikash Khabar
ଗାନ୍ଧି ଜୟନ୍ତୀରୁ ସରକାରୀ ଅଫିସ୍‌ ରେ ଅନ୍‌ଲାଇନରେ ମିଳିବ ସବୁ ସେବା

ସରକାରୀ ସେବା ପାଇଁ ଯିବାକୁ ପଡ଼ିବନି ସରକାରୀ ଅଫିସ୍ ଘରେ ବସି ଅନ୍ଲାଇନରେ ପାଇହେବ ସବୁ ସରକାରୀ ସେବା ଆସନ୍ତା ଗାନ୍ଧି ଜୟନ୍ତୀ ସୁଦ୍ଧା ସରକାରଙ୍କର ସମସ୍ତ ବିଭାଗ ଏହାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ଲୋକସେବା ଭବନ, ରାଜୀବ ଭବନ ଖାରବେଳ ଭବନକୁ ପ୍ରବେଶ ପାଇଁ ଅନଲାଇନରେ ମିଳିବ ଅନୁମତି ଅନ୍ୟ ରାଜ୍ୟରେ ଥିବା ଓଡ଼ିଶା ଭବନରେ ରୁମ୍ସଂରକ୍ଷଣ ରାଜ୍ୟ ଅତିଥି ଭବନରେ ରହଣୀ ପାଇଁ ମଧ୍ୟ ଅନଲାଇନରେ ମିଳିପାରିବ ଅନୁମତି ଏସବୁ ପାଇଁ '୫ଟି'ରେ ୮ଟି ଅନଲାଇନ୍ ମୋବାଇଲ୍ସେବା ସୁବିଧାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ କନଫରେନ୍ସିଂରେ ନୂଆ ଅନଲାଇନ୍ସେବା ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ, ' ଟି' ' ମୋ ସରକାର' ରାଜ୍ୟରେ ଗୁଣାତ୍ମକ ସରକାରୀ ସେବା ଯୋଗାଇଛି ପ୍ରଶାସନିକ ବ୍ୟବସ୍ଥାରେ ମଧ୍ୟ ଆଖିଦୃଶିଆ ଉନ୍ନତି ଆସିଛି ରାଜ୍ୟବାସୀଙ୍କୁ ସମ୍ମାନର ସହ ସରକାରୀ ସେବା ଦୁଆରମୁହଁରେ ଯୋଗାଇବାକୁ ଆମେ ସଂକଳ୍ପବଦ୍ଧ ସରକାରଙ୍କର ସମସ୍ତ ସେବା ଅନଲାଇନରେ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ହୋଇଥିଲା ଲୋକମାନେ ବାରମ୍ବାର ସରକାରୀ ଅଫିସ ନଧାଇଁ ଘରେ ବସି ସେବା ପାଇବା ହିଁ ଆମର ମୂଳ ଉଦ୍ଦେଶ୍ୟ ୨୦୧୯ ଅଗଷ୍ଟରେ ୫ଟି ଆରମ୍ଭ କରି ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସବୁ ସରକାରୀ ସେବା ଅନ୍ଲାଇନରେ ଯୋଗାଇବାକୁ ଆମେ ଲକ୍ଷ୍ୟ ରଖିଥିଲୁ ମାତ୍ର କରୋନା ପାଇଁ ଏଥିରେ ପ୍ରତିବନ୍ଧକ ଆସିଛି ଆସନ୍ତା ଗାନ୍ଧି ଜୟନ୍ତୀ ସୁଦ୍ଧା ଏହି ସେବା ଉପଲବ୍ଧ ହେବ ସେ କହିଲେ, ରାଜଧାନୀର ମୂଲ୍ୟବାନ ଜମିର ସୁରକ୍ଷା ପାଇଁ ପ୍ରଥମ ରାଜ୍ୟ ଭାବେ ମହାକାଶ ଜ୍ଞାନ କୌଶଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବ ଏହାଦ୍ୱାରା ଜମିର ସୁରକ୍ଷା ସହ ବିକାଶମୂଳକ କାମରେ ଏହାର ବିନିଯୋଗ କରିହେବ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ, '୫ଟି' ବ୍ୟବସ୍ଥା ଆରମ୍ଭ କରି ସମଗ୍ର ଦେଶରେ ଶାସନ ବ୍ୟବସ୍ଥାରେ ଓଡ଼ିଶା ମଡେଲ ଷ୍ଟେଟ ଭାବେ ପରିଚିତ ହୋଇଛି ରାଜ୍ୟ ସରକାର ଏବେ ୧୦୫ଟି ସେବା ଅନଲାଇନରେ ପ୍ରଦାନ କରୁଛନ୍ତି

09/07/2020

Leave a Reply

Your email address will not be published. Required fields are marked *

Comments