Bikash Khabar
ଭାରତୀୟ ଗ୍ରାହକଙ୍କ ପାଇଁ ଆମାଜନ ହିନ୍ଦୀରେ ଆରମ୍ଭ କଲା କିଣାକିଣି ସୁବିଧା

ଏବେ ଗ୍ରାହକ କୌଣସି ବି ସମାନ ହିନ୍ଦୀରେ ଖୋଜିପାରିବେ । ଆମାଜନର ଏହି ପଦକ୍ଷେପ ପ୍ରତିଦ୍ୱନ୍ଦୀ ଫ୍ଲିପକାର୍ଟର ଗତିରୋଧ ପାଇଁ ଆରମ୍ଭ ହୋଇଛି ବୋଲି କୁହାଯାଉଛି । ପ୍ରକୃତ କଥା ହେଉଛି ଅନଲାଇନ ରିଟେଲ କମ୍ପାନୀମାନେ ଅର୍ଦ୍ଦସହର ଓ ଗ୍ରାମାଂଚଳର ଗ୍ରାହକମାନଙ୍କୁ ପ୍ରଲୁବ୍ଧ କରିବା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି ।
ଆଗକୁ ଆସୁଛି ପାର୍ବଣର ଋତୁ । ଗ୍ରାହକମାନେ ଆମାଜନର ସାଇଟରୁ ଆବଶ୍ୟକୀୟ ସୂଚନା ଇଂରାଜୀ ବଦଳରେ ହିନ୍ଦୀରେ ପାଇପାରିବେ । କମ୍ପାନୀର କହିବା କଥା ଏହା ଗ୍ରାହକଙ୍କ ସହିତ ହେଉଥିବା ଭାଷା ସମସ୍ୟାର ଦୂର କରିପାରିବ । ଗତ ସପ୍ତାହରୁ ଆମାଜନ ନିଜର ହିନ୍ଦୀ ୱେବସାଇଟ ଓ ଆପର ପ୍ରଚଳନ ଆରମ୍ଭ କରିଦେଇଛି । ଦେଶରେ ହିନ୍ଦୀ ଭାଷାଭାଷୀ ଲୋକଙ୍କ ଅଧିକ ସଂଖ୍ୟା ରହିଛି । ଏହି ମାନଙ୍କ ନିକଟତର ହେବା ପାଇଁ ଆମାଜନ ଏ ଫର୍ମୁଲା ବାହାର କରିଛି । 
 

08/09/2018

Leave a Reply

Your email address will not be published. Required fields are marked *

Comments