Bikash Khabar
୨୦ ବର୍ଷ ହେଲା ମାଗଣାରେ ରୋଗୀଙ୍କୁ ହସ୍ପିଟାଲ ପହଂଚାଉଛନ୍ତି ଏହି ଆମ୍ବୁଲାନ୍ସ ଦାଦା

ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଜିଲ୍ଲା ଡ଼ାଲାବାଲି ଗାଁର କରିମ ଭଲ ହକ୍ କୁ ଏଠାରେ ସମସ୍ତେ ଆମ୍ବୁଲାନ୍ସ ଦାଦା ନାମରେ ଜାଣନ୍ତି । କରିମ ଏକ ଚା ବଗିଚାରେ କାମ କରନ୍ତି । ଏହା ବ୍ୟତୀତ ସେ ରୋଗୀ ଗରିବ ଏବଂ ଦୁର୍ବଳ ଲୋକଙ୍କୁ ନିଜ ବାଇକରେ ବସାଇ ମେଡ଼ିକାଲରେ ପହଂଚାଇ ଦେଇଥାଆନ୍ତି ।
ରୋଗୀକାନ୍ତ ତାଙ୍କ ମା’ଙ୍କୁ ମେଡ଼ିକାଲରେ ପହଂଚାଇବା ପାଇଁ ଦିନେ ତାଙ୍କ ନିକଟରେ ପଇସାଟିଏ ନଥିଲା । ଗାଡ଼ି ନମିଳିବାରୁ ୨୩ ବର୍ଷ ତଳେ ନିଜ ଆଖି ଆଗରେ ମା’ଙ୍କ ମୃତ୍ୟୁ ଦେଖିଥିଲେ କରିମ । ସେଦିନ ଠାରୁ ଶପଥ ନେଇଥିଲେ ଗାଡ଼ି କିମ୍ବା ଅର୍ଥ ଅଭାବରୁ ତାଙ୍କ ଆଖି ଆଗରେ ଆଉ କୌଣସି ମା ଏଭଳି ଯେପରି କଷ୍ଟ ନପାଏ । ଦିନେ ସେ ଚା ବଗିଚାରେ କାମ କରୁଥିବାବେଳେ ହଠାତ ତାଙ୍କର ଜଣେ ସହକର୍ମୀ ବେହୋସ ହୋଇପଡ଼ିଲେ । କରିମ ସହକର୍ମୀଙ୍କ ଅଣ୍ଟାକୁ ନିଜ ଅଣ୍ଟା ସହିତ ବାନ୍ଧି ୫୦ କିମି ଦୂର ମେଡ଼ିକାଲରେ ପହଂଚାଇ ଜୀବନ ବଂଚାଇଥିଲେ । ୧୯୯୮ ଠାରୁ କରିମ ବାଇକ ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିବା କହନ୍ତି ।
ଏବେ ଆଖ ପାଖର ୨୦ଟି ଦୁର୍ଗମ ଗାଁ ପାଇଁ କରିମ ପାଲଟିଛନ୍ତି ଲାଇଫ ଲାଇନ୍ । ଗାଁ ମାନଙ୍କରେ ମୋବାଇଲି ଅଛି କିନ୍ତୁ ସଡ଼କ ନାହିଁ । ଆଖ ପାଖରେ ଡ଼ାକ୍ତରଖାନା ନାହିଁ । ଏଭଳି ସ୍ଥିତିରେ କରିମ ହିଁ ଏକମାତ୍ର ଭରସା । ଜଲପାଇଗୁଡ଼ି ଜିଲ୍ଲା ହସ୍ପିଟାଲର ସର୍ଜନ ସୋମେନ ମଣ୍ଡଳ କରିମଙ୍କୁ ଇଂଜେକସନ ଦେବା, ବ୍ୟାଣ୍ଡେଜ ବାନ୍ଧିବା, ସାଲାଇନ ଦେବା, ଘା’ ସଫା କରିବାର ତାଲିମ ଦେଇଛନ୍ତି । କରିମଙ୍କ ଉକୃଷ୍ଟ ସେବା ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଛନ୍ତି । 
 

09/10/2018

Leave a Reply

Your email address will not be published. Required fields are marked *

Comments