Bikash Khabar
ପୁରୀରେ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ, ଶ୍ରୀମନ୍ଦିର ସଂସ୍କାର ନେଇ ଫିଟିବ ବାଟ

ଶ୍ରୀକ୍ଷେତ୍ରରେ ପହଂଚିଛନ୍ତି ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ । ପାରମ୍ପରିକ ପାଟ ଯୋଡ଼ା ପରିଧାନ କରି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି । ମହାଲକ୍ଷ୍ମୀଙ୍କ ମନ୍ଦିରରେ ବେଦପାଠ ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦେଖି ଦିବ୍ୟ ଆନନ୍ଦ ଲାଭ କରିଥିବା କହିଛନ୍ତି ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ।
ମହାପ୍ରଭୁ ଜଗନ୍ନାଥ ମନ୍ଦିରର ପରିଚାଳନାଗତ ସଂସ୍କାରକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଆଇନଜୀବି ମୃଣାଳିନୀ ପାଢୀଙ୍କ ଅଭିଯୋଗ ଆଧାରରେ ରୁଜୁ ମାମଲାର ଶୁଣାଣୀକୁ ଶେଷ ମୁହୂର୍ତ୍ତରେ ସେପ୍ଟେମ୍ବର ୫ରେ ବାତିଲ ହୋଇଥିଲା । ଆମିକସ୍ କ୍ୟୁରି ଶ୍ରୀମନ୍ଦିର ଆସି ଆଲୋଚନା କରିନଥିବାରୁ ଏହି ମାମଲା ବାତିଲ ହୋଇଥିବା ଜଣାପଡ଼ିଥିଲା । ଗୁରୁବାର ଠାରୁ ଗୋପାଳ ସୁବ୍ରମଣ୍ୟମ୍ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ୨୨ରେ ଫେରିବେ । ୨୪ରେ ମାମଲାର ଶୁଣାଣି ହେବ ।
ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଶଙ୍କରାଚାର୍ଯ୍ୟ ଗଜପତି ମହାରାଜା, ଜଷ୍ଟିସ ବିପି ଦାସ, ପୁରୀ ଜିଲ୍ଲା ଜଜ୍, ଶ୍ରୀମନ୍ଦିର ଛତିଗା ନିଯୋଗ, ପରିଚାଳନା କମିଟି ଏବଂ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିବେ । ସୁପ୍ରିମକୋର୍ଟଙ୍କ ୧୨ଟି ପ୍ରସ୍ତାବ ଉପରେ ତାଙ୍କର ଫୋକସ ରହିବ । ଶ୍ରୀମନ୍ଦିରର ପରମ୍ପରା, ସେବା ପୂଜା ନୀତିକାନ୍ତି ବିଷୟରେ ଅବଗତ ହେବେ । ଏହା ପରେ ସୁପ୍ରିମକୋର୍ଟଙ୍କ ୧୨ଟି ପ୍ରସ୍ତାବ ଉପରେ ଅନ୍ୟ ପକ୍ଷଙ୍କ ଠାରୁ ମତ ସଂଗ୍ରହ କରିବେ । 
 

21/09/2018

Leave a Reply

Your email address will not be published. Required fields are marked *

Comments