Bikash Khabar
୮୫୦ ଚାଷୀଙ୍କ ୫କୋଟି ଋଣ ସୁଝିବେ ଅମିତାଭ ବଚ୍ଚନ

ବଲିଉଡ଼୍ ସୁପରଷ୍ଟାର ପୁଣି ଥରେ ନିଜର ମଣିଷ ପଣିଆ ପ୍ରଦର୍ଶିତ କରାଇଛନ୍ତି । ଚାଷୀଙ୍କ ସ୍ୱାର୍ଥ ପୂରଣ ପାଇଁ ଏହି ତାରକା ନିଜର ସ୍ୱଅର୍ଜିତ ସମ୍ପତ୍ତିକୁ ବିନିଯୋଗ କରିବାର ଇଚ୍ଛା ପ୍ରକଟ କରିଛନ୍ତି । ଉତ୍ତରପ୍ରଦେଶର ୮୫୦ରୁ ଅଧିକ ଚାଷୀଙ୍କ ଋଣ ପରିଶୋଧ ପାଇଁ ଘୋଷଣା କରି ଅମିତାଭ ହୃଦୟ ଜିତିଛନ୍ତି ।
ପୂର୍ବରୁ ଅମିତାଭ ବଚ୍ଚନ ମହାରାଷ୍ଟ୍ରର ୩୫୦ରୁ  ଅଧିକ ଚାଷୀଙ୍କ ଋଣ ପରିଶୋଧରେ ସହାୟତା କରିଥିଲେ । ସେମାନଙ୍କ ଋଣ ବଢୁଥିଲା ଓ ଋଣ ବୋଝ ନେଇ ସେମାନେ ଚିନ୍ତାରେ ଥିଲେ । ଏପରି ସମୟରେ ଦେବଦୂତ ହୋଇ ଠିଆ ହେଲେ ଅମିତାଭ ବଚ୍ଚନ । ଅମିତାଭ ଆନ୍ଧ୍ରପ୍ରଦେଶ ଓ ବିଦର୍ଭର ଚାଷୀମାନଙ୍କୁ ମଧ୍ୟ ଅନୁରୂପ ସହାୟତା କରିଥିଲେ । ଏବେ ଉତ୍ତରପ୍ରଦେଶର ୮୫୦ ଚାଷୀଙ୍କୁ ୫.୫ କୋଟି ଟଙ୍କାର ସହାୟତା ଦେବାକୁ ସୋସିଆଲ ମିଡ଼ିଆରେ ଘୋଷଣା କରିଛନ୍ତି ଅମିତାଭ । ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ଅମିତାଭ ମହାରାଷ୍ଟ୍ରର ୪୪ ଜଣ ସହିଦ ପରିବାରକୁ ସାହାର୍ଯ୍ୟ କରିବା ସହ ଦେବାରେ ଆନନ୍ଦକୁ ସୂଚିତ କରାଇଥିଲେ । 
 

21/10/2018

Leave a Reply

Your email address will not be published. Required fields are marked *

Comments