Bikash Khabar
୬ ମାସରୁ ୬ ବର୍ଷର ଶିଶୁ ହେବେ ଉପକୃତ, ଜୁଲାଇ ୧୫ରୁ ଅଙ୍ଗନବାଡ଼ି ଶିଶୁଙ୍କୁ ମିଳିବ ସପ୍ତାହକୁ ୫ଟି ଅଣ୍ଡା

 ୩-୪ଟି ଜିଲ୍ଲାକୁ ଛାଡ଼ିଦେଲେ ଅବଶିଷ୍ଟ ଜିଲ୍ଲା ଗୁଡ଼ିକରେ ଶିଶୁ ମୃତ୍ୟୁହାର ଜାତୀୟ ହାର ଠାରୁ ବହୁ ଊଦ୍ଦ୍ୱର୍ରେ ରହିଛି । ପୁଷ୍ଟିହୀନତା ବଳୟରେ ରାଜ୍ୟର ଲକ୍ଷାଧିକ ଶିଶୁ ଅଛନ୍ତି । ପୁଷ୍ଟି ସାଧନ ପାଇଁ ରାଜ୍ୟ ସରକାର ଏବେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ନଜର ଦେଇଛନ୍ତି । ଏଣିକି ରାଜ୍ୟର ୭୧ ହଜାରରୁ ଊଦ୍ଧ୍ୱର୍ ଅଙ୍ଗନବାଡ଼ି କେନ୍ଦ୍ରକୁ ସପ୍ତାହରେ ୫ଟି କରି ଅଣ୍ଡା ଯୋଗାଇବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି ।

ଏହି ଯୋଜନାରେ ୬ ମାସରୁ ୭୨ ମାସର ସମସ୍ତ ଅଙ୍ଗନବାଡ଼ି ଶିଶୁଙ୍କୁ ସାମିଲ କରାଯିବ । ଏହା ଆସନ୍ତା ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବ । ଏବେ ରାଜ୍ୟରେ ୨୦ ପ୍ରତିଶତ ଶିଶୁ ଅନୁସୂଚିତ ଜାତି ବର୍ଗର ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବାବେଳେ ୨୦.୭ ପ୍ରତିଶତ ଜନଜାତି ବର୍ଗର ଓ ଅନ୍ୟାନ୍ୟ ବର୍ଗର ୧୯.୫ ପ୍ରତିଶତ ଶିଶୁ ଅଛନ୍ତି । ୬୨ ପ୍ରତିଶତ ଶିଶୁ ପୁଷ୍ଟିହୀନତାର ଶିକାର ହେଉଥିବା ବେଳେ ୩୮ ପ୍ରତିଶତ ଶିଶୁଙ୍କ ପୁଷ୍ଟିସାଧନ ହେଉଛି । 

29/06/2018

Leave a Reply

Your email address will not be published. Required fields are marked *

Comments