Bikash Khabar
ରାଜସ୍ଥାନ, ସରକାରୀ ସ୍କୁଲର ପିଲାଙ୍କୁ ମିଳିବ ସପ୍ତାହରେ ତିନି ଦିନ କ୍ଷୀର

 ରାଜସ୍ଥାନ ସରକାର ରାଜ୍ୟର ସମସ୍ତ ସରକାରୀ ସ୍କୁଲ ଓ ମଦ୍ରାସା ଗୁଡ଼ିକରେ ପଢୁଥିବା ୬୨ ଲକ୍ଷ ପିଲାଙ୍କ ପାଇଁ ଅନ୍ନପୂର୍ଣ୍ଣା କ୍ଷୀର ଯୋଜନାର ଶୁଭାରମ୍ଭ କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ନିଜ ହାତରେ କ୍ଷୀର ବାଣ୍ଟି ଏହି ଯୋଜନାର ପ୍ରଚଳନ କରାଇଛନ୍ତି । ଦହମିକଳାର ସରକାରୀ ଆଦର୍ଶ ଉଚ୍ଚ ବିଦ୍ୟାଳୟ ପରିସରରେ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ମୁଖ୍ୟମନ୍ତ୍ରୀ ଛୋଟ ଛୋଟ ପିଲାଙ୍କ ସହିତ ଢେର କିଛି ସମୟ ବିତାଇବା ସହିତ ନିଜ ହାତରେ ଉଷୁମ କ୍ଷୀର ପିଆଇଥିଲେ । ପିଲାଙ୍କ ପୁଷ୍ଟି ରକ୍ଷା ଦିଗରେ ପିତାମାତାଙ୍କ ସହିତ ସରକାରଙ୍କ ମଧ୍ୟ ଦାୟିତ୍ୱ ଥିବା ସେ ସୂଚାଇଥିଲେ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏ ପଢୁଥିବା ସରକାରୀ ବିଦ୍ୟାଳୟର ପିଲାମାନଙ୍କୁ ଗତ କାଲି ଠାରୁ ପ୍ରାର୍ଥନା ପରେ ପରେ କ୍ଷୀର ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସମେତ ଶିକ୍ଷାରାଜ୍ୟମନ୍ତ୍ରୀ ବାସୁଦେବ ଦେବଜାନୀ ଓ ଅନ୍ୟାନ୍ୟ ବହୁ ଅଧିକାରୀ ଓ ଲୋକପ୍ରତିନିଧି ଯୋଗଦାନ କରିଥିଲେ । 

03/07/2018

Leave a Reply

Your email address will not be published. Required fields are marked *

Comments