Bikash Khabar
ଆଉ ୧୦ ଲକ୍ଷ ଗରିବଙ୍କୁ ମାଗଣା ଏଲପିଜି ସଂଯୋଗ

ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଗ୍ୟାସ କମ୍ପାନୀ ଗୁଡ଼ିକ ରାଜ୍ୟରେ ୧୦ ଲକ୍ଷ ନୂଆ ଏଲପିଜି ସଂଯୋଗ କରିବେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସମସ୍ତ ଗରିବଙ୍କୁ ଏଲପିଜି ପ୍ରଦାନ କରାଯିବ ବୋଲି ଇଣ୍ଡିଆନ ଅଏଲର ସିଜିଏମ ପ୍ରୀତିଶ ଭରତ କହିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ଉଜ୍ଜ୍ୱଳା ଯୋଜନାରେ ୩୫.୩୬ ଲକ୍ଷ ସଂଯୋଗ ରହିଛି । ମୋଟ ୭୪.୨୦ ଲକ୍ଷ ପରିବାର ପାଖରେ ରହିଛି ଏଲପିଜି ସଂଯୋଗ । ଦେଶର ସବୁ ଗରିବଙ୍କୁ ଏଲପିଜି ସଂଯୋଗ ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଛି ।
ଅନୁସୂଚିତଜାତି/ଜନଜାତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଅନ୍ନ ଯୋଜନାର ହିତାଧିକାରୀ, ବନବାସୀ, ଅତି ପଛୁଆବର୍ଗ, ଚା  ବଗିଚା ଶ୍ରମିକ, ଚା ବଗିଚାରେ ପୂର୍ବରୁ ରହୁଥିବା ଜନଜାତି ଦୀପାଞ୍ଜଳ ବାସିନ୍ଦା ଓ ନଦୀ କୂଳିଆ ବାସିନ୍ଦାମାନଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯାଉଥିଲା । ଏବେ ଯେଉଁମାନେ ଗରିବ ତଥା ଯେଉଁମାନଙ୍କର ରାସନକାର୍ଡ଼ ଅଛି ସେମାନଙ୍କୁ ମାଗଣାରେ ଏଲପିଜି ସିଲିଣ୍ଡର ଓ ଚୁଲା ଯୋଗାଇ ଦିଆଯିବ । ବର୍ତ୍ତମାନ ୮୧ ପ୍ରତିଶତ ହିତାଧିକାରୀ ସିଲିଣ୍ଡର ରିଫିଲ କରୁଛନ୍ତି ଏବଂ ବର୍ଷକୁ ୩ଟି ସିଲିଣ୍ଡର ବ୍ୟବହାର କରୁଥିବା ଇଣ୍ଡିଆନ ଅଏଲର ସିଜିଏମ ଭରତ କହିଛନ୍ତି ।
 

26/12/2018

Leave a Reply

Your email address will not be published. Required fields are marked *

Comments