Bikash Khabar
ଭିସୁଟ୍‌ ଛାତ୍ରଛାତ୍ରୀଙ୍କ ଆଉ ଏକ ସଫଳତା,ବିନା ସ୍ପର୍ଶରେ ସମଗ୍ର ଶରୀର ସାନିଟାଇଜ୍‌ ହେବ

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସା ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍‌) ଛାତ୍ରଛାତ୍ରୀ ବର୍ତ୍ତମାନର କୋଭିଡ୍ସ୍ଥିତିକୁ ଆଖି ଆଗରେ ରଖି ରୋବୋଟ୍ପରିଚାଳିତ ଅତି ବାଇଗଣୀ ରଶ୍ମି ବିଶୋଧନ ମେସିନ୍ତିଆରି କରି  ଚର୍ଚ୍ଚାକୁ ଆସିଛନ୍ତି।ଏହି ମେସିନ୍ ନାଁ ରହିଛି ୟୁଭିରାସ୍‌ (ଅଲଟ୍ରା ଭାଓଲେଟ୍ରୋବେଟ୍ଆସିଷ୍ଟେଡ୍ସାନିଟାଇଜେସନ୍‌) ସାଧାରଣତଃ ଅତି ବାଇଗଣୀ ରଶ୍ମି ଶରୀର ପକ୍ଷେ କ୍ଷତିକାରକ ହୋଇଥିବାବେଳେ ଏହି ମେସିନ୍ ଏମିଟରରୁ ନିର୍ଗତ ହେଉଥିବା ରଶ୍ମି ମଣିଷ ଶରୀର ପାଇଁ କ୍ଷତିକାରକ ହେବନାହିଁ ବୋଲି ଭିସୁଟ୍ରୋବୋଟିକ୍ସ ସୋସାଇଟି ପକ୍ଷରୁ ଦାବି କରାଯାଇଛି। ଏହି ମେସିନ୍ଏକ ଦିଗଗାମୀ(ଓମ୍ନି ଡିରେକ୍ସନାଲ) ଭାବେ ଗତି କରି ସମଗ୍ର ଅଞ୍ଚଳକୁ ବିଶୋଧିତ କରିବ। ଏଥିରେ ଏକ ଅତ୍ୟାଧୁନିକ କ୍ୟାମେରା ମଧ୍ୟ ଖଞ୍ଜା ଯାଇଛି ଯାହା ଉକ୍ତ ମେସିନ୍ଦ୍ବାରା ବିଶୋଧିତ ହେଉଥିବା ଅଞ୍ଚଳର ଫଟୋ ରିଅଲ ଟାଇମ୍ଭିଡିଓ ଉତ୍ତୋଳନ କରିବ। ଏହି କ୍ୟାମେରାଟି ରିମୋଟ୍ଦ୍ବାରା ପରିଚାଳିତ ହେବ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏହି ମେସିନ୍ସମ୍ପୂର୍ଣ୍ଣ ଭାବେ କଣ୍ଟାକ୍ଟ ଲେସ୍ଅର୍ଥାତ୍କୌଣସି ପଦାର୍ଥ, ପାଣି ବିନା ସ୍ପର୍ଶରେ ଏହି ମେସିନ୍ସାହାଯ୍ୟରେ ଲୋକେ ଏକାବେଳକେ ଏକ ବିରାଟ ଅଞ୍ଚଳକୁ ବିଶୋଧିତ କରିପାରିବେ ବୋଲି ରୋବୋଟିକ୍ସ ସୋସାଇଟି ସମ୍ପାଦକ ଅଭିଷେକ ଅଗ୍ରୱାଲ, ପ୍ରଥମ ବର୍ଷର ଛାତ୍ର ଅଭ୍ୟୁଦୟ ଦାଶ, ଆୟୁଷ ସିଂ, ତ୍ରିଲୋଚନ ବସନ୍ତିଆ ଅଭିପ୍ସ ରାଜ୍ଙ୍କ ଟିମ୍ଏହି ଅତ୍ୟାଧୁନିକମେସିନ୍ତିଆରି କରିପାରିଛନ୍ତି। ଭିସୁଟ୍ ପୁଲହ ଛାତ୍ରାବାସକୁ ଜିଲ୍ଲା ପ୍ରଶାସନ ହଜାର ଶଯ୍ୟା ବିଶିଷ୍ଠ କୋଭିଡ୍ସଙ୍ଗରୋଧ କେନ୍ଦ୍ରରେ ପରିଣତ କରିଛି। ଏଭଳି ସ୍ଥିତିରେ ଏହି ଛାତ୍ରାବାସର ବିଶୋଧନ ପାଇଁ ୟୁଭିରାସ୍ମେସିନ୍ବ୍ୟବହାର କରିବାକୁ ରୋବୋଟିକ୍ସ ସୋସାଇଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯିବ ବୋଲି ଜଣାପଡ଼ିଛି। ଏହି ମେସିନ୍ତିଆରି କରିବାକୁ ସପ୍ତାହ ଲାଗିଥିବା ସମୟରେ ୧୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ମେସିନ୍ରେ ମାଇକ୍ରୋ କଣ୍ଟ୍ରୋଲର, କ୍ୟାମେରା(ରନ୍କ୍ୟାମ୍‌), ୩ଟି ଡିସି ମୋଟର(୨୦୦ ଆର୍ପିଏମ୍‌), ପିଏସ୍୪ କଣ୍ଟ୍ରୋଲର ଲାଗିଛି। ଆଗକୁ ମୋବାଇଲ୍ଦ୍ବାରା କିଭଳି ଏହି ରୋବୋଟ୍କୁ ପରିଚାଳନା କରାଯାଇପାରିବ ସେନେଇ ମଧ୍ୟ ପରୀକ୍ଷା ଚାଲିଥିବା ସୂଚନାଦିଆଯାଇଛି।

28/06/2020

Leave a Reply

Your email address will not be published. Required fields are marked *

Comments