Bikash Khabar
କେନ୍ଦ୍ରାପଡ଼ାର ଆଉ ଜଣେ ସାହସୀ ବାଳକ ସିତୁ ପାଇବେ ଜାତୀୟ ପୁରସ୍କାର, କୁମ୍ଭୀର ମୁହଁରୁ ବଂଚାଇ ଥିଲେ ତାଙ୍କ ଦାଦାଙ୍କୁ

ଗତ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଡ଼ାଙ୍ଗମାଳ ପଂଚାୟତ ବାଙ୍କୁଆଳ ଗ୍ରାମର ମମତା ଦଳାଇ ତାର ବଡ଼ ଭଉଣୀ ଅଶାନ୍ତି ଦଳାଇକୁ କୁମ୍ଭୀର ମୁହଁରୁ ବଂଚାଇ ଜାତୀୟ ପୁରସ୍କାର ପାଇଥିବାବେଳେ ଚଳିତ ବର୍ଷ ସେହି ଜିଲ୍ଲା ଓ ବ୍ଲକର ଆଉ ଜଣେ ବାଳକ ସମାନ ଘଟଣା ପାଇଁ ଜାତୀୟ ସାହସିକତା ପୁରସ୍କାର ପାଇବାକୁ ଯାଉଛନ୍ତି ।

ରାଜନଗର ବ୍ଲକ କଣ୍ଡିରାର ସିତୁ ମଳିକ କୁମ୍ଭୀର ମୁହଁରୁ ନିଜ ଦାଦା ବିନୋଦଙ୍କୁ ରକ୍ଷା କରି ସାରା ଜିଲ୍ଲାରେ ଚର୍ଚ୍ଚାକୁ ଆସିଥିଲେ । ଗତ ଫେବୃଆରୀ ୧୯ ତାରିଖରେ ସିତୁ ନିଜ ଦାଦା ବିନୋଦଙ୍କ ସହ ଯାଉଥିବାବେଳେ ଏକ କୁମ୍ଭୀର ଦାରୁଓରା ନାଳରେ ତାଙ୍କ ଦାଦାଙ୍କୁ ଟାଣି ନେଇଥିଲା । ରାତି ୯ଟାରେ କୁମ୍ଭୀରର ଏଭଳି ଅତର୍କିତ ଆକ୍ରମଣକୁ ସାହସର ସହ ମୁକାବିଲା କରିଥିଲେ ସିତୁ । ଟେକା ପଥର ଓ ବାଡ଼ି ଦ୍ୱାରା ସେ କୁମ୍ଭୀର ଉପରେ ଆକ୍ରମଣ କରିଥିଲେ । ଶେଷରେ କୁମ୍ଭୀର ବିନୋଦଙ୍କୁ ଛାଡ଼ି ପଳାଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରମୁଖ ସିତୁକୁ ପ୍ରଶଂସା କରିଛନ୍ତି । 
 

13/12/2018

Leave a Reply

Your email address will not be published. Required fields are marked *

Comments