Bikash Khabar
ବିଦ୍ୟୁତ ତାରରେ ହାତୀ ମୃତ୍ୟୁ ପ୍ରସଙ୍ଗ : ସବୁ ଜିଲ୍ଲାରେ ନିଯୁକ୍ତ ହେବେ ସ୍ୱତନ୍ତ୍ର ଅଧିକାରୀ, ଓହଳିଥିବା ତାର ସଜଡ଼ା ଯିବ

ନିକଟରେ ବିଦ୍ୟୁତ ତାର ସ୍ପର୍ଶରେ ଆସି ୭ଟି ହାତୀଙ୍କ ମୃତ୍ୟୁ ଘଟଣା ପରେ ତତ୍ପରତା ଦେଖାଇଛି ଶକ୍ତି ବିଭାଗ । ଆଗାମୀ ଦିନରେ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ପଦକ୍ଷେପ ନେବା ଦିଗରେ ପଦକ୍ଷେପ ନିଆଯାଇଛି । ପ୍ରତି ଜିଲ୍ଲାରେ ଏଥିପାଇଁ ଜଣେ ଲେଖାଏ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତି ହେବେ ବୋଲି ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ।

ଏହି ସ୍ୱତନ୍ତ୍ର ଅଧିକାରୀ ଏସଡ଼ିଓ ପାହ୍ୟାର ରହିବେ । ନିୟମିତ ହାତୀଙ୍କ ଯାତାୟତ ପଥ (କରିଡ଼ର)କୁ ଅନୁଧ୍ୟାନ କରି ବିଦ୍ୟୁତ କାଟିବେ । ଏହା ବାଦ୍ ରାଜ୍ୟରେ ଥିବା ପ୍ରାୟ ୫ ହଜାର ଚିହ୍ନଟ ସ୍ଥାନରେ ଯେଉଁଠାରେ ବିଦ୍ୟୁତ ତାର ନିର୍ଦ୍ଦିଷ୍ଟ ଉଚ୍ଚତା ଠାରୁ କମ୍ ଉଚ୍ଚତାରେ ଓହଳି ରହିଛି ସେଗୁଡ଼ିକୁ ପରିବର୍ତ୍ତନ କରାଯିବ । ଏହି କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ହାତୀ କରିଡ଼ର ନିକଟରେ ବିପଦଜନକ ସ୍ଥିତିରେ କମ୍ ଉଚ୍ଚତାରେ ବୈଦ୍ୟୁତିକ ତାର ଝୁଲି ରହିଛି । ଏହାକୁ ହଟାଇବା ସହ ବନ ବିଭାଗ ସହ ସଂଯୋଗ ରକ୍ଷା କରି ହାତୀ ପଲକୁ ବିଦ୍ୟୁତ ତାର ପ୍ରଭାବରୁ ରକ୍ଷା କରିବା ଏବେ ଏକ ଗଭୀର ପ୍ରସଙ୍ଗ ଭାବେ ଠିଆ ହୋଇଛି । 
 

12/11/2018

Leave a Reply

Your email address will not be published. Required fields are marked *

Comments