ବାପାଙ୍କ ପାଦ ଅଚଳ : ମା ଶର୍ଯ୍ୟାଶାୟୀ, ଚା ଦୋକାନ କରି ନିଜ ପଢା ଖର୍ଚ୍ଚ ସହ ପୁରା ପରିବାର ଚଳାଉଛନ୍ତି ଆରତୀ
କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା କିଛି ଦିନ ତଳେ ଗାଜିପୁର ଜିଲ୍ଲାରେ ଲାଇଫ ଲାଇନ ଏକ୍ସପ୍ରେସ ଜରିଆରେ ଚିକିତ୍ସା ସେବାକୁ ଆନୁଷ୍ଠାନିକ ଉଦଘାଟନ ସମାରୋହରେ ସାମିଲ ହେବା ପାଇଁ ନିଜ ଜିଲ୍ଲା ଗାଜିପୁର ଗସ୍ତ କରିଥିଲେ । ସେହି ସମୟରେ ସେ ଆରତୀଙ୍କୁ ଭେଟିଥିଲେ । ଆରତୀ ନିଜ ସହିତ ନିଜର ଦୁଇ ସାନଭାଇଙ୍କ ପାଠ ପଢା ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି । ରୁଗ୍ଣ ବାପା, ମାଙ୍କ ଆହାର ପଥି ଓ ସେବା ଯୋଗାଇ ଦେଇ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଛନ୍ତି । ଏହା ଏକ ଚା ଦୋକାନରୁ ସମ୍ଭବପର ହୋଇପାରିଥିବା କହନ୍ତି ଆରତୀ ।
କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଆରତୀଙ୍କ ସଂଘର୍ଷ ବାବଦରେ ଜାଣିବା ପରେ ତାଙ୍କୁ ଭେଟିବା ପାଇଁ ତାଙ୍କର ଚା’ ଦୋକାନରେ ପହଂଚି ଯାଇଥିଲେ । ଚା ପିଇବା ସହିତ ବୃତ୍ତି ଭାବେ ୪୦ ହଜାର ଟଙ୍କା ପ୍ରଦାନ କରିଥିଲେ ।
ଆରତୀ ବି କମ୍ ପଢୁଛନ୍ତି । ତାଙ୍କର ପରିବାର ଚଳାଇବା ଦାୟିତ୍ୱ ସହିତ ପାଠପଢା ଖର୍ଚ୍ଚ ଓ ଦୁଇ ଯମଜ ଭାଇ ଲବ କୁଶଙ୍କ ପାଠପଢା ଦାୟିତ୍ୱ ସେ ନେଇଛନ୍ତି । ଭୋର ପାଂଚଟାରୁ ୯ଟା ଓ ସନ୍ଧ୍ୟା ୫ରୁ ୮ଟା ଯାଏଁ ଚା ବିକି ସେ ଦୈନିକ ୫୦୦ରୁ ୧୦୦୦ ଟଙ୍କା ଆୟ କରିଥାନ୍ତି । ଆରତୀ ଚା ଦୋକାନ ସମ୍ଭାଳିବା ସହିତ ପୁରା ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ ମଧ୍ୟ କରିଥାନ୍ତି ।
02/07/2018