Bikash Khabar
ସହିଦଙ୍କୁ ଶ୍ରଦ୍ଧାଞ୍ଜଳି, ଭୁବନେଶ୍ୱରର ଅଟୋଚାଳକ ନେଲେନି ଭଡ଼ା

ପୁଲୱାମ ଆକ୍ରମଣକୁ ନେଇ ଭାରତ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ମୂଳକ ପରିବେଶ ସୃଷ୍ଟି ହୋଇଥିବାବେଳେ ଭାରତ ମାତା କି ଜୟର ନାରାରେ ଗୁଞ୍ଜରିତ ହେଉଛି ଦେଶ । ପୁଲୱାମା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସାରା ଦେଶ ସଡ଼କ ଉପରକୁ ଓହ୍ଲାଇ ଆସିଥିବାବେଳେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଜଣେ ଯୁବକ ସହିଦମାନଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ନିଜ ଅଟୋରେ ଜାତୀୟ ପତକା ଲଗାଇବା ସହିତ ଯାତ୍ରୀଙ୍କୁ ମାଗଣାରେ ଅଟୋ ସେବା ଯୋଗାଇ ଦେଉଛନ୍ତି ।

ଅନୁଗୋଳ ଜିଲ୍ଲାର ଜିତେନ୍ଦ୍ର ମାଝୀ ଭୁବନେଶ୍ୱରରେ ରହି ଅଟୋ ଚଳାନ୍ତି । ପୁଲୱାମା ଆକ୍ରମଣରେ ଭାରତୀୟ ଯବାନଙ୍କ ସହିଦ ଘଟଣା ତାଙ୍କୁ ବିଚଳିତ କରିଥିଲା । ଓଡ଼ିଶାର ଦୁଇ ସହିଦଙ୍କ ମର ଶରୀର ପହଂଚିବା ପରେ ସେ ଭାବ ବିହ୍ୱଳ ହୋଇପଡ଼ିଥିଲେ । ନିଜ ଅଟୋରେ ଜିତେନ୍ଦ୍ର ତ୍ରିରଙ୍ଗା ଲଗାଇବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳିର ବାର୍ତ୍ତା ସମ୍ବଳିତ ବ୍ୟାନର ଟଙ୍ଗାଇଥିଲେ ଏବଂ ଦିନ ତମାମ ଯାତ୍ରୀମାନଙ୍କୁ ମାଗଣାରେ ପରିବହନ କରାଇ ଭାରତୀୟ ବାୟୁସେନାର ବୀରତ୍ୱକୁ ପାଳିଛନ୍ତି । ବରମୁଣ୍ଡାରୁ ମାଷ୍ଟର କ୍ୟାଣ୍ଟିନ । କଳ୍ପନାରୁ ବାଣୀବିହାର ଯାଏ ଜିତେନ୍ଦ୍ରଙ୍କ ଅଟୋ ଯାତ୍ରୀମାନଙ୍କୁ ମାଗଣା ପରିବହନ ସୁବିଧା ଜରିଆରେ ଜୟ ଜବାନଙ୍କ ବାହାଦୂରୀର ବାର୍ତ୍ତା ପ୍ରଦାନ କରିଥିଲେ ।

28/02/2019

Leave a Reply

Your email address will not be published. Required fields are marked *

Comments