Bikash Khabar
ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼କୁ ବଡ଼ ଉପହାର, ସବୁ ବ୍ଲକରେ ବିଚ୍ଛାଯିବ ଆଷ୍ଟ୍ରୋଟର୍ଫ

ହକି ଜଗତକୁ ସୁନ୍ଦରଗଡ଼ର ଅବଦାନ ଅବିସ୍ମରଣୀୟ । ସୁନ୍ଦରଗଡ଼କୁ ହକିର ଗଡ଼ କୁହାଯାଏ । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାର ପ୍ରତିଟି ଗାଁରେ ହକି ପାଇଥିବା ଆବେଗକୁ ସମ୍ମାନ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ପ୍ରତି ବ୍ଲକରେ ଆଷ୍ଟ୍ରୋଟର୍ଫ ବିଚ୍ଛାଯିବ ବୋଲି ଘୋଷଣା କରିଛନ୍ତି ।

ସୁନ୍ଦରଗଡ଼ ହକି ଷ୍ଟାଡ଼ିୟମରେ ଓଡ଼ିଶା-ନ୍ୟୁ ସାଉଥ ୱେଲସ ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ । ସୁନ୍ଦରଗଡ଼ରୁ ଆଗାମୀ ଦିନରେ ଅଧିକ ଭଲ ଖେଳାଳି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲାର ପ୍ରତି ବ୍ଲକରେ ଆଷ୍ଟ୍ରୋଟର୍ଫ ପଡ଼ିଆ ତିଆରି ହେବ । ରାଉରକେଲାରେ ହକି ପ୍ରଶିକ୍ଷଣ ଶିବିର ଆୟୋଜନ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । 
 

05/11/2018

Leave a Reply

Your email address will not be published. Required fields are marked *

Comments