Bikash Khabar
ଆଗାମୀ ଶିକ୍ଷାବର୍ଷରୁ ହେବ ସରକାରୀ ସ୍କୁଲରେ ମୋବାଇଲ ଜରିଆରେ ଉପସ୍ଥାନ

୨୦୧୯ ଶିକ୍ଷା ବର୍ଷ ଆରମ୍ଭରୁ ରାଜ୍ୟରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ସ୍କୁଲ ଗୁଡ଼ିକରେ ମୋବାଇଲି ଉପସ୍ଥାନ ଭଳି ନୁଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ଏହା ଫଳରେ ଦୈନିକ କେତେ ଛାତ୍ରଛାତ୍ରୀ ଶ୍ରେଣୀ କକ୍ଷରେ ଉପସ୍ଥାନ ରହୁଛନ୍ତି ତାର ବାସ୍ତବ ଚିତ୍ର ବିଭାଗ ପାଖରେ ରହିବ । ପିଲାମାନେ ଦୈନିକ କେତୋଟି କ୍ଲାସରେ ଉପସ୍ଥିତ ରହିଛନ୍ତି ତାର ରିପୋର୍ଟ ପ୍ରତିଦିନ ଅପରାହ୍ନରେ ଅଭିଭାବକମାନେ ଜାଣିପାରିବେ ।

ପୂର୍ବରୁ  ସ୍କୁଲ ଗୁଡ଼ିକରେ ଦୈନିକ ଥରେ ଉପସ୍ଥାନ ଗ୍ରହଣ କରାଯାଉଥିବାବେଳେ ଏଣିକି ପ୍ରତିଟି କ୍ଲାସ ଆରମ୍ଭ ହେବା ପୂର୍ବରୁ ଉପସ୍ଥାନ ନିଆଯିବ । କ୍ଲାସ ସରିବା ପରେ ଶିକ୍ଷକ କେତେ ପିଲା ଶ୍ରେଣୀରେ ଉପସ୍ଥିତ ଥିଲେ ତାର ସଂଖ୍ୟା ପ୍ରଧାନ ଶିକ୍ଷକଙ୍କୁ ଜଣାଇବେ । ରାଜ୍ୟରେ ପ୍ରାୟ ୪୭ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଆସିବା ପରେ ବାହାରେ ବୁଲୁଛନ୍ତି । ଅଧାରୁ ସ୍କୁଲ ଛାଡ଼ି ବାହାରେ ବୁଲୁଥିବାର ଖବର ଆସୁଛି । ଏହାକୁ ଏଡ଼ାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଅଷ୍ଟମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମୋବାଇଲି ଉପସ୍ଥାନ ନିଆଯିବ । ଏଥିପାଇଁ ପ୍ରତ୍ୟେକ ସ୍କୁଲରେ ଏକ ସ୍ୱତନ୍ତ୍ର ସେଲ୍ ରହିବ ।

20/03/2019

Leave a Reply

Your email address will not be published. Required fields are marked *

Comments