Bikash Khabar
ପଞ୍ଜାବର ଛୋଟ ଏକ ଗାଁରେ ଜନ୍ମ ହୋଇ ସାରା ଦେଶରେ ସୃଷ୍ଟି କରିଛନ୍ତି ନିଆରା ପରିଚୟ, ପିତା ଜଣେ ଅଟୋ ଡ଼୍ରାଇଭର

 ପଞ୍ଜାବର ତରନତାରନର ମୁଗଲଚକ୍କ ଗାଁରେ ଜନ୍ମିତ ରାଜବିନ୍ଦର କୌର ଇଣ୍ଟରନ୍ୟାସନାଲ ହକି ଖେଳାଳୀ ଅଟନ୍ତି । ନିକଟରେ ବାଙ୍ଗାଲୁରରେ ଆୟୋଜିତ ହକି ସିନିୟର ଇଣ୍ଡିଆ କପରେ ଭାଗ ନେଇଛନ୍ତି । ୨୦ ବର୍ଷିୟ ରାଜବିନ୍ଦର ପୂର୍ବରୁ ଥାଇଲାଣ୍ଡରେ ଆୟୋଜିତ ଜୁନିୟର ଏସିଆ କପ୍ ଖେଳି ସାରିଛନ୍ତି ଏବେ ଟିମ୍ ଇଣ୍ଡିଆରେ ଆସିବା ପ୍ରସ୍ତୁତି କରୁଛନ୍ତି ।

ରାଜବିନ୍ଦରଙ୍କ ଆଉ ଦୁଇ ସାନ ଭଉଣୀ ଅଛନ୍ତି । ଜଣେ ହେଉଛନ୍ତି ମନଦୀପ କୌର ଏବଂ ଆଉ ଜଣେ ବୀରପାଲ କୌର । ମନଦୀପ ଜାତୀୟ ସ୍ତରର ହକି ଖେଳାଳୀ । ବୀରପାଲ ମଧ୍ୟ ଜାତୀୟ ସ୍ତରର ରେସଲର । ମନଦୀପ ଏବେ କଲେଜ ଯାଉଥିବାବେଳେ ବୀରପାଲ ଲକ୍ଷେ୍ମøରେ ଖେଲ ଇଣ୍ଡିଆ କ୍ୟାମ୍ପରେ ରେସଲିଙ୍ଗ କୋଚିଂ ନେଉଛନ୍ତି । ବୀରପାଲ ୨୦୧୭ରେ ଜୁନିଅର ନ୍ୟାସନାଲରେ ସ୍ୱର୍ଣ୍ଣପଦକ ବିଜୟିନୀ ହୋଇଛନ୍ତି ।

ଏ ତିନି ଭଉଣୀ ପଦକ ଜିତି ଦେଶକୁ ଗର୍ବିତ କରାଇଛନ୍ତି । ଏମାନେ ନିଜର ଶ୍ରେୟ ତାଙ୍କ ପିତା ସର୍ଦ୍ଦାର ସରବନ୍ତ ସିଂହଙ୍କୁ ଦିଅନ୍ତି । ଯିଏକି ନିଜର ଝିଅଙ୍କ ପ୍ରତ୍ୟେକ ପାଦ ସହ ପାଦ ମିଳାଇ ଚାଲିଛନ୍ତି । ସରବନ୍ତ ଏକ ଅଟୋ ଚାଳକ । କଠିନ ସମସ୍ୟା ସତ୍ତେ୍ୱ ସେ ଝିଅମାନଙ୍କ  ଖୁସିକୁ ପ୍ରାଧାନ୍ୟ ଦେଇଆସିଛନ୍ତି । 

05/09/2018

Leave a Reply

Your email address will not be published. Required fields are marked *

Comments