Bikash Khabar
୫୪ ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର, ୩ ଓଡ଼ିଆଙ୍କୁ ପଦ୍ମଶ୍ରୀ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦରବାର ହଲରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ୩ ଓଡ଼ିଆଙ୍କ ସମେତ ମୋଟ ୫୪ ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ମିଳିଛି । ପାହାଡ଼ ଖୋଳି ଚାଷ ଜମିକୁ ଜଳ ଆଣିପାରିଥିବାରୁ କେନ୍ଦୁଝରର ଦୈତାରୀ ନାୟକ ପାରମ୍ପରିକ ବିହନ ସଂରକ୍ଷଣ ପାଇଁ କୋରାପୁଟର କମଳା ପୂଜାରୀ ଏବଂ ଚା ଦୋକାନ ଆୟରେ ବସ୍ତିର ପିଲାଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ କ୍ଷେତ୍ରରେ ସୁନାମ ଅର୍ଜିଥିବା ଡ଼ି ପ୍ରକାଶ ରାଓଙ୍କ ବଳିଷ୍ଠ ଅବଦାନ ପାଇଁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।

ଗତ ସାଧାରଣତନ୍ତ୍ର ଦିବସ ସନ୍ଧ୍ୟାରେ ମୋଟ ୧୧୨ ଜଣଙ୍କ ନାଁ ପଦ୍ମ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । ଗତ ମାର୍ଚ୍ଚ ୧୧ରେ ୪୭ ଜଣଙ୍କୁ ପୁରସ୍କୃତ କରାଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୫୪ ଜଣଙ୍କୁ ପୁରସ୍କୃତ କରାଯାଇଛି । ପଦ୍ମ ପୁରସ୍କାର ଗ୍ରହଣ କରିସାରି ନିଜକୁ ଧନ୍ୟ ମନେ କରୁଥିବା କହିଥିଲେ ଦୈତାରୀ ପ୍ରକାଶ ଓ କମଳା ପୂଜାରୀ । ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

17/03/2019

Leave a Reply

Your email address will not be published. Required fields are marked *

Comments