Bikash Khabar
୨୩ରେ ଶୁଭାରମ୍ଭ ହେବ ଆୟୁଷ୍କାନ ଭାରତ, ଆରମ୍ଭ ହେଲା ୱେବସାଇଟ ଓ ହେଲପ ଲାଇନ

ଆୟୁଷ୍କାନ ଭାରତ ବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମଜେଏ ୱାଇ) ଚଳିତ ମାସ ୨୩ ତାରିଖରେ ଶୁଭାରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଝାଡ଼ଖଣ୍ଡରୁ ଅୟମାରମ୍ଭ ଘୋଷଣା କରିବେ । ତା ପୂର୍ବରୁ ଏ ଯୋଜନା ବାବଦରେ ବ୍ୟାପକ ସଚେତନତା ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ନୁଆ ୱେବସାଇଟ ଓ ହେଲପଲାଇନ ଆରମ୍ଭ କରାଯାଇଛି । ଏଥିରୁ ହିତାଧିକାରୀ ତାଲିକାରେ କେଉଁମାନେ ଅଛନ୍ତି ସେମାନଙ୍କର ନାମ ଦେଖିବାକୁ ମିଳିପାରିବ ।
ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସରକାର ଦେଶର ୧୦ କୋଟି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ଲେଖାଏଁର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବେ । ଫଳରେ ସରକାରୀ ଓ ଘରୋଇ ହସ୍ପିଟାଲରେ ସେମାନେ ଚିକିତ୍ସିତ ହୋଇପାରିବେ । ମେରା ପିଏମଜେଏୱାଇ ଡ଼ଟ ଗଉ ଡ଼ଟ ଇନକୁ ଭିଜିଟ କରି କିମ୍ବା ହେଲପଲାଇନ ନମ୍ବର ୧୪୫୫୫ରେ କଲ୍ କରି ନିଜ ନାମ ତାଲିକାରେ ଅଛି କି ନାହିଁ ଯାଂଚ କରିପାରିବେ । ସୂଚନାଯୋଗ୍ୟ ଓଡ଼ିଶା ଏହି ଯୋଜନାରେ ସାମିଲ ହୋଇନାହିଁ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାମରେ ରାଜ୍ୟ ସରକାର ନୂଆ ଯୋଜନା ଆଣିଛନ୍ତି । 
 

17/09/2018

Leave a Reply

Your email address will not be published. Required fields are marked *

Comments