Bikash Khabar
ଭୁବନେଶ୍ୱର ବିମାନ ବନ୍ଦରରେ କାର୍ବନ ନିଷ୍କାସନ କମାଇବାକୁ ସ୍ୱତନ୍ତ୍ର ପ୍ରକଳ୍ପ

କାର୍ବନ ନିଷ୍କାସନ ତାଲିକାର ଶୀର୍ଷରେ ଅଛି ଭୁବନେଶ୍ୱର ବିମାନ ବନ୍ଦର । ୨୦୧୮ ଡ଼ିସେମ୍ବରରେ ଲେଭଲ ୧ରେ ଥିବା କୋଲକାତା, ତିଭେନ୍ଦ୍ରମ ଓ ବାରଣାସୀ ସହିତ ତାଲିକାରେ ଯୋଡ଼ି ହୋଇଥିଲା ଭୁବନେଶ୍ୱର । ଭୁବନେଶ୍ୱର ବିମାନ ବନ୍ଦରରେ ଥର୍ମାଲ ଏବଂ ହାଇଡ଼୍ରୋ ଇଲେକ୍ଟ୍ରିକ ଶକ୍ତି ପାଇଁ ୯୭ ପ୍ରତିଶତ କାର୍ବନ ସୃଷ୍ଟି ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବିମାନ ବନ୍ଦର ପରିସରରେ ୨୫ କୋଟି ଟଙ୍କା ବ୍ୟୟରେ ୪୬୨୫ ମେଗାୱାଟ ବିଶିଷ୍ଟ ସୋଲାର ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ଏହି ସୋଲାର ପ୍ଲାଣ୍ଟ ପ୍ରତି ମାସରେ ୧୦ ହଜାର ୟୁନିଟର ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାର କ୍ଷମତା ରଖିଛି । ଏହା ବ୍ୟତୀତ ଅନ୍ୟ ୩ ପ୍ରତିଶତ କାର୍ବନ ବିମାନ ବନ୍ଦର ପରିସରରେ ଚାଲୁଥିବା ଗାଡ଼ି ଏବଂ ଏୟାର ଟ୍ରାଫିକ ପାଇଁ ସୃଷ୍ଟି ହେଉଛି । ଏଭଳି ସ୍ଥଳେ ଭୁବନେଶ୍ୱର ବିମାନ ବନ୍ଦରରେ ବିଦ୍ୟୁତ ଶକ୍ତିରେ ପରିଚାଳିତ ହାଇବ୍ରିଡ଼ ଗାଡ଼ିର ବ୍ୟବହାର କରାଯିବ । ୬୫ କୋଟି ଟଙ୍କା ବ୍ୟୟରେ ୨.୭ କିମି ଏକ ସମାନ୍ତରାଳ ଟ୍ୟାକ୍ସି ଟ୍ରାକ ତିଆରି କରାଯିବ । ଏହା ଦ୍ୱାରା ଭୁବନେଶ୍ୱର ବିମାନ ବନ୍ଦରରେ କାର୍ବନ ନିଷ୍କାସନ ୯୭ ପ୍ରତିଶତରୁ କମି ୧.୫ ପ୍ରତିଶତରେ ପହଂଚିବ । ଲେଭଲ ୪ରେ ପହଂଚିବାକୁ ବିମାନ ବନ୍ଦର ଭିତରେ ଓ ଚାରିପାଖରେ ବୃକ୍ଷରୋପଣ କରାଯିବ ବୋଲି ଯୋଜନା ରହିଛି ।

12/03/2019

Leave a Reply

Your email address will not be published. Required fields are marked *

Comments