Bikash Khabar
ଶବକୁ କାନ୍ଧ ଦେଲେ ବିଧାୟକ ଓ ବିଡ଼ିଓ

କିଛିଦିନ ତଳେ ଜଣେ ଅସହାୟ ଭିକ୍ଷୁଣୀଙ୍କ ଶବକୁ କାନ୍ଧ ଦେଇ ରେଙ୍ଗାଲି ବିଧାୟକ ରମେଶ ପାଟୁଆ ଚର୍ଚ୍ଚାକୁ ଆସିଥିବାବେଳେ ଏବେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ନିର୍ବାଚନ ମଣ୍ଡଳୀ କଣ୍ଡରେଇ ପଂଚାୟତ ସତ୍ୟନାରାୟଣପୁର ଗାଁର ରାମଚନ୍ଦ୍ର ଦାସଙ୍କ ଶବକୁ କାନ୍ଧେଇ ଗ୍ରାମବାସୀଙ୍କ ପ୍ରଶଂସା ଭାଜନ ହୋଇଛନ୍ତି ।

ସେହିପରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବିଡ଼ିଓ ତରଣୀ ସୁନା ନିଜ ପ୍ରକୋଷ୍ଠର ନାଲିଫିତା ଓ ଫାଇଲ ଭିତରୁ ମୁହଁ ଫେରାଇ ଅସହାୟ ଜଣେ ବୃଦ୍ଧଙ୍କ ଶବକୁ ଶ୍ମଶାନ ପର୍ଯ୍ୟନ୍ତ ବୋହି ନେଇ ଉଦାହରଣ ପାଲଟିଛନ୍ତି ।
ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସର ଅବ୍ୟବହିତ ପୂର୍ବରୁ ରାଜ୍ୟର ଜଣେ ବିଧାୟକ ଓ ଜଣେ ବିଡ଼ିଓଙ୍କ ଏଭଳି ସ୍ୱେଚ୍ଛାସେବୀ ପଣିଆକୁ ସର୍ବସାଧାରଣରେ ପ୍ରଶଂସା କରାଯାଉଛି । ସୋସିଆଲ ମିଡ଼ିଆରେ ଉଭୟ ବିଡ଼ିଓ ଓ ବିଧାୟକ ହିରୋ ବନିଛନ୍ତି । 
 

05/12/2018

Leave a Reply

Your email address will not be published. Required fields are marked *

Comments