Bikash Khabar
ଭୁବନେଶ୍ୱର ମହାନଗର ନିଗମ ଆପଣେଇଲା ଟିକସ ସଂଗ୍ରହରେ ସ୍ମାର୍ଟ କୌଶଳ

ହୋଲ୍ଡିଂ ଟିକସ ସଂଗ୍ରହକୁ ଡ଼ିଜିଟାଇଜ କରାଯିବା ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା ନର୍ଥ ଜୋନର ଟିକସ ସଂଗ୍ରାହକଙ୍କୁ ୧୩ଟି ହେଣ୍ଡ ଡ଼ିଭାଇସ ବିତରଣ କରିଛନ୍ତି । ଫଳରେ ସେମାନେ ଟିକସଦାତାଙ୍କ ଦ୍ୱାର ମୁହଁକୁ ଯାଇ ଦେୟ ସଂଗ୍ରହ କରିପାରିବେ ।
ଜିପିଆରଏସ ସଂଯୋଜିତ ଉପକରଣ ବିତରଣ କରି ମେୟର ଜେନା କହିଛନ୍ତି ଯେ ଭୁବନେଶ୍ୱର ମହାନଗର ନିଗମରେ ଟିକସ ସଂଗ୍ରହ ଦିଗରେ ଡ଼ିଜିଟାଲ ପରିଚାଳନାର ଏହା ହେଉଛି ପ୍ରଥମ ପଦକ୍ଷେପ । ପୂର୍ବରୁ ଟିକସ ସଂଗ୍ରହକାରୀମାନେ ଦ୍ୱାର ଦ୍ୱାର ବୁଲି କେବଳ ରସିଦ ଦେଉଥିଲେ କିନ୍ତୁ ଦେୟ ଆଦାୟ କରିପାରୁନଥିଲେ । ଉପକରଣକୁ ବ୍ୟବହାର କରାଯାଇ ଦେୟ କିଭଳି ସଂଗ୍ରହ କରିହେବ ସେ ସଂପର୍କରେ ଟିକସ ସଂଗ୍ରାହକ ମାନଙ୍କୁ ଟାଟା କନସଲଟେନ୍ସି ସର୍ଭିସ (ଟିସିଏସ) ପକ୍ଷରୁ ତାଲିମ ପ୍ରଦାନ କରାଯାଇଛି । ଦ୍ୱାର ମୁହଁରୁ ଟିକସ ସଂଗ୍ରହ ଅନଲାଇନରେ ତାର ତଦାରଖ ଓ ରସିଦ ପ୍ରଦାନ ସୁବିଧା ହୋଇଥିବାରୁ ଟିକସ ସଂଗ୍ରହ ହାର ବୃଦ୍ଧି ପାଇବା ନେଇ ଆଶା ପୋଷଣ କରାଯାଇଛି । ଟିକସ ଦାତାମାନେ  www.ulb odisha.gov.in ସାଇଟକୁ ଯାଇ ସବିଶେଷ ସୂଚନା ପାଇପାରିବେ । 
 

20/09/2018

Leave a Reply

Your email address will not be published. Required fields are marked *

Comments