Bikash Khabar
ତିନି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

୨୦୬୭.୫ କୋଟି ଟଙ୍କା ପୁଞ୍ଜିନିବେଶରେ ଓଡ଼ିଶାରେ ଜାତୀୟ ରାଜପଥର ତିନୋଟି ପ୍ରକଳ୍ପ ପାଇଁ ଗୁରୁବାର ଭୂମି ପୂଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱର-ଟାଙ୍ଗି ସେକ୍ସନର ୫୬-୭୭୮ କିମି ରାସ୍ତା ୬ ଲେନ କରିବା ପାଇଁ ଭୂମିପୂଜନ ସହିତ ଭିଡ଼ିଓ କନଫରେନି୍ସରେ ଭଦ୍ରକ-ବାଲେଶ୍ୱର ଜାତୀୟ ରାଜପଥ ସେକ୍ସନର ୬୨.୬୪୧ କିମି ବ୍ୟାପ୍ତ ରାସ୍ତାକୁ ୬ ଲେନ କରିବା ଓ ଭୁବନେଶ୍ୱର ଜଗତପୁର-ବାଲିକୁଦା ସେକ୍ସନର ବାଲିକୁଦା, ଶିଖରପୁର ଓ ବଡ଼ଚଣାରେ ଭୂତଳ ରାସ୍ତା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି । ଧାର୍ଯ୍ୟ ସମୟରେ ଏହି ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ସରିବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କୁହାଯାଇଛି । କୌଣସି କାରଣରୁ ବିଳମ୍ବ ହେଲେ ୨୦୨୦ ମାର୍ଚ୍ଚ ସୁଦ୍ଧା ଏହା ସରିବ ।

28/02/2019

Leave a Reply

Your email address will not be published. Required fields are marked *

Comments