Bikash Khabar
ସ୍ୱାଧୀନତା ଦିବସ ଅବସରରେ ବିଏସଏନଏଲର ଲୋଭନୀୟ ପ୍ଲାନ, ୯ ଟଙ୍କାରେ ମିଳିବ ଅସୀମିତ କଲ୍ ଓ ୨ଜିବି ଡ଼ାଟା

  ୭୨ତମ ସ୍ୱାଧୀନତା ଦିବସ ଅବସରରେ ବିଏସଏନଏଲର ନୂଆ ଫ୍ରିଡ଼ମ ପ୍ୟାକର ପ୍ରଚଳନ କରାଯାଇଛି । ସୀମିତ ଅବଧି ପାଇଁ ବିଏସଏନଏଲ ୯ ଟଙ୍କା ଏବଂ ୨୯ ଟଙ୍କାରେ ଦୁଇ ପ୍ରକାର ପ୍ୟାକର ବଜାର ପ୍ରବେଶ କରାଇଛି ।

ଉଭୟ ପ୍ଲାନରେ ଅନ ଲିମିଟେଡ଼୍ କଲିଂ ଏବଂ ୩ଜି ମୋବାଇଲି ଡ଼ାଟା ସୁବିଧା ମିଳିବ । ୯ ଟଙ୍କା ବିଶିଷ୍ଟ ଫ୍ରିଡ଼ମ ପ୍ୟାକରେ ଅନ୍ ଲିମିଟେଡ଼୍ ୨ ଜିବି ଡ଼ାଟା ସହିତ ଅନ ଲିମିଟେଡ଼୍ ଲୋକାଲ, ଏସଟିଡ଼ି ଏବଂ ରୋମିଂ କଲର ସୁବିଧା ମିଳିବ । ଏହା ସହିତ ଏହି ପ୍ଲାନରେ ୧୦୦ଟି ଏସଏମଏସ ମଧ୍ୟ ମାଗଣାରେ କରାଯାଇପାରିବ । ୯ ଟଙ୍କାରେ ମିଳୁଥିବା ଏହି ସୁବିଧା କେବଳ ଗୋଟିଏ ଦିନ ଲାଗି ରହୁଥିବାବେଳେ ୨୯ ଟଙ୍କା ବିଶିଷ୍ଟ ପ୍ଲାନ ୭ ଦିନ ପାଇଁ କାର୍ଯ୍ୟକ୍ଷମ ରହିବ । ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ଏହାର ସୁବିଧା ନେଇ ହେବ ।

14/08/2018

Leave a Reply

Your email address will not be published. Required fields are marked *

Comments