Bikash Khabar
ଖୋଲା ମଳମୁକ୍ତ ଜିଲ୍ଲା ହେବାକୁ ଯାଉଛି ବାଲେଶ୍ୱର ଓ ସମ୍ବଲପୁର

ସ୍ୱଚ୍ଛ ଭାରତ ଅଭିଯାନରେ ଦେବଗଡ଼ ଜିଲ୍ଲାକୁ ସଫଳତା ମିଳିଛି । ରାଜ୍ୟର ପ୍ରଥମ ଖୋଲା ମଳମୁକ୍ତ ଜିଲ୍ଲା ଭାବେ ଦେବଗଡ଼ ନୁଆ କୀର୍ତ୍ତିମାନ ସ୍ଥାପନ କରିଛି । ପରେ ପରେ ଏଥିରେ ଯୋଡ଼ି ହୋଇଛି ଝାରସୁଗୁଡ଼ା ଜିଲ୍ଲା । ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ପ୍ରତି ଗାଁରେ ପ୍ରତି ପରିବାରଙ୍କ ନିକଟରେ ରହିିଛି ଶୌଚାଳୟ । ଏହାକୁ ବ୍ୟବହାର ମଧ୍ୟ କରାଯାଉଛି ।
ଏହି ପ୍ରକିୟାରେ ଖୁବ୍ ଶିଘ୍ର ସାମିଲ ହେବାକୁ ଯାଉଛି ବାଲେଶ୍ୱର, ସମ୍ବଲପୁର, କନ୍ଧମାଳ ଏବଂ ସୁବର୍ଣ୍ଣପୁର । ବାଲେଶ୍ୱରରେ ଧାର୍ଯ୍ୟ ଲକ୍ଷ୍ୟର ୯୯ ପ୍ରତିଶତ ଶୌଚାଳୟ ନିର୍ମାଣ ସରିଛି । ଖୁବ୍ ଶିଘ୍ର ଆଉ ୧ପ୍ରତିଶତ ଶୌଚାଳୟ ନିର୍ମାଣ ସରିବାର ଲକ୍ଷ୍ୟ ରଖାଯାଇଛି । ସମ୍ବଲପୁର ଏବଂ କନ୍ଧମାଳରେ ୮୯ପ୍ରତିଶତ ଓ ସୁବର୍ଣ୍ଣପୁରରେ ୮୭ ପ୍ରତିଶତ ଶୌଚାଳୟ ନିର୍ମାଣ ସରିଛି । ସବୁଠୁ ପଛରେ ରହିଛି କଳାହାଣ୍ଡି ଜିଲ୍ଲା । କଳାହାଣ୍ଡି ଜିଲ୍ଲାରେ ମାତ୍ର ୩୬ ପ୍ରତିଶତ ଶୌଚାଳୟ ନିର୍ମାଣ ହୋଇଛି । ୬୪ ପ୍ରତିଶତ ଲୋକ ଖୋଲା ପଡ଼ିଆକୁ ଶୌଚ ପାଇଁ ଯାଉଥିବା ଚିତ୍ର ସାମ୍ନାକୁ ଆସିଛି । ରାଜ୍ୟରେ ଚଳିତ ମାସ ଶେଷ ସୁଦ୍ଧା ୬ ଲକ୍ଷ ୮୦ ହଜାର ଶୌଚାଳୟ ନିର୍ମାଣର ଲକ୍ଷ୍ୟ ରଖିଛି ।
 

06/09/2018

Leave a Reply

Your email address will not be published. Required fields are marked *

Comments