Bikash Khabar
ମହିଳା ଉଦ୍ୟୋଗୀ ସଂଖ୍ୟାରେ ଆଗରେ ବାଲେଶ୍ୱର, ପଛରେ ରହିଛି ମାଲକାନାଗିରି

ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ୪୦ ହଜାର ଟପିଥିବା ଓଡ଼ିଶା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ କୁହାଯାଇଛି । 

ମୋଟ ୪୦୬୬୫ ଜଣ ଉଦ୍ୟୋଗୀଙ୍କ ମଧ୍ୟରୁ ସବୁଠୁ ଅଧିକ ଉଦ୍ୟୋଗୀ ବାଲେଶ୍ୱର ଜିଲ୍ଲାରେ ଅଛନ୍ତି । ବାଲେଶ୍ୱର ଜିଲ୍ଲାରେ ୩୫୫୨ ଜଣ ମହିଳା ଉଦ୍ୟୋଗୀ ଥିବାବେଳେ ସବୁଠୁ କମ୍ ରହିଛନ୍ତି ମାଲକାନାଗିରି ଜିଲ୍ଲାରେ । ମାଲକାନାଗିରି ଜିଲ୍ଲାରେ ମାତ୍ର ୧୧୫ ଜଣ ମହିଳା ଉଦ୍ୟୋଗୀ ଥିବା କହିଛି ସମ୍ପୃକ୍ତ ବିଭାଗ । ତେବେ ଦ୍ୱିତୀୟ ସ୍ଥାନରେ ରହିଛି ଭୁବନେଶ୍ୱର । କଟକରେ ୨୫୫୧ ମହିଳା ଉଦ୍ୟୋଗୀ ଥିବାବେଳେ ଭୁବନେଶ୍ୱରରେ ୨୯୫୮ ଅଛନ୍ତି । ସମ୍ବଲପୁରରେ ୨୩୦୨, କେନ୍ଦ୍ରାପଡ଼ାରେ ୨୧୫୮ ଓ ଗଞ୍ଜାମରେ ୧୯୮୩ ମହିଳା ଉଦ୍ୟୋଗୀ ଅଛନ୍ତି । 
ଅଧିକରୁ ଅଧିକ ମହିଳା ଉଦ୍ୟୋଗୀ ସୃଷ୍ଟି ପାଇଁ ୨୦୧୬ ଓଡ଼ିଶା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ନୀତି କାର୍ଯ୍ୟକାରୀ ହେଉଛି । ଏହି ନୀତି ଅନୁଯାୟୀ ମହିଳା ଉଦ୍ୟୋଗୀମାନଙ୍କୁ ଯନ୍ତ୍ରପାତି କ୍ରୟ ମୂଲ୍ୟରେ ୩୦ ପ୍ରତିଶତ ରିହାତି ଦିଆଯାଉଛି ।

25/02/2019

Leave a Reply

Your email address will not be published. Required fields are marked *

Comments