Bikash Khabar
ସଙ୍କଟରେ ବାଉଁଶ ଭିତ୍ତିକ ଜୀବିକା

ଦିନ ଥିଲା ଆମ ରାଜ୍ୟର ବନାଂଚଳ ଓ ଜନବସତି ଗୁଡ଼ିକ ନିକଟରେ ଭରପୁର ବାଉଁଶ ଦେଖିବାକୁ ମିଳୁଥିଲା । କାଗଜକଳର ଆବଶ୍ୟକତା ପୂରଣ ସହିତ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବାଉଁଶ ଭିତ୍ତିକ ଜୀବିକାକୁ ନେଇ ପେଟ ପୋଷୁଥିଲେ । ବିବାହ, ବ୍ରତ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ କୁଲା, ବାଉଁଶିଆ, ଟୋକେଇ, ପାଛିଆ, ଡ଼ାଲା, ମୁଗୁରା, ଖଇଛଡ଼ା ଆଦିର ପ୍ରଚଳନ ଥିବାରୁ ଏସବୁ ଦ୍ରବ୍ୟ ବ୍ୟାପକ ଭାବେ ତିଆରି ହେଉଥିଲା । ମାହାଲି ବେତରା, ହାଡ଼ି ଆଦି ସଂପ୍ରଦାୟ ବାଉଁଶରେ ନାନା ଜାତିର ଘରକରଣା ସାମଗ୍ରୀ ମାନ ପ୍ରସ୍ତୁତ କରି ବଜାରରେ ପହଂଚାଉଥିଲେ । ପ୍ରତ୍ୟେକ ଘରେ କୁଲା, ବାଉଁଶିଆ ଓ ପାଛିଆର ପ୍ରଚଳନ ଓ ଚାହିଦା ସେମାନଙ୍କ ଜୀବିକାକୁ ସମୃଦ୍ଧ କରୁଥିଲା । କିନ୍ତୁ ଏବେ ବଜାରରେ ଭଳି କି ଭଳି ପ୍ଲାଷ୍ଟିକ ସାମଗ୍ରୀମାନ ଉପଲବ୍ଧ ହେବା ଫଳରେ ବାଉଁଶଜାତ ଦ୍ରବ୍ୟର ଚାହିଦା କମିଛି ।

ଜଙ୍ଗଲ ଗୁଡ଼ିକରେ  ବାଉଁଶ ବୁଦା କରୁଥିବାବେଳେ ଗାଁ ମାନଙ୍କରେ ପୂର୍ବ ଭଳି ଆଉ ବାଉଁଶ ଚାଷ ପ୍ରତି କାହାର ଆଗ୍ରହ ନାହିଁ । ତାଳ ଦେଇ ବାଉଁଶ ତିଆରି ସାମଗ୍ରୀ ମଧ୍ୟ ବଜାରରେ ଦେଖିବାକୁ ମିଳୁନାହିଁ । ନିର୍ଦ୍ଦିଷ୍ଟ ସଂପ୍ରଦାୟର ପାରମ୍ପରିକ ଦକ୍ଷତା ଓ ସାମର୍ଥ୍ୟକୁ ବଂଚାଇ ରଖିବା ଦିଗରେ ମଧ୍ୟ ସରକାରୀ ପ୍ରୋତ୍ସାହନ ନମିଳିବା ଚିନ୍ତାର କାରଣ ହୋଇଛି ।

13/04/2019

Leave a Reply

Your email address will not be published. Required fields are marked *

Comments