Bikash Khabar
ବ୍ୟାଙ୍କ ନଥିବା ଗାଁରେ ଖୋଲିଛି ବ୍ୟାଙ୍କ

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯେଉଁ ଗାଁ ମାନଙ୍କରେ ବ୍ୟାଙ୍କ ନାହିଁ ସେଠାରେ ବ୍ୟବସାୟିକ ପ୍ରତିନିଧି ମୂତୟନ କରି ବ୍ୟାଙ୍କ ସେବା ସଂପ୍ରସାରଣ କରିବା ପାଇଁ ସରକାର ବ୍ୟାବସାୟିକ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦେଇଛନ୍ତି ।

ଫେବୃଆରୀ ଶେଷ ସୁଦ୍ଧା ୨୧୯୭ ଗାଁ ମଧ୍ୟରୁ ୨୦୮୮ ଗାଁରେ ବ୍ୟାଙ୍କିଙ୍ଗ ଆଉଟଲେଟ ସ୍ଥାପନା କରାଯାଇଥିବା ନେଇ ନିକଟରେ ଆୟୋଜିତ ଏକ ସମୀକ୍ଷା ବୈଠକରେ କୁହାଯାଇଛି । ୧୦୯ଟି ବ୍ୟାଙ୍କ ନଥିବା ଗାଁରେ ବ୍ୟବସାୟିକ ପ୍ରତିନିଧିଙ୍କୁ ନିୟୋଜିତ କରି ବ୍ୟାଙ୍କ ଆଉଟଲେଟ ମାର୍ଚ୍ଚ ୩୧ ସୁଦ୍ଧା ଖୋଲିବା ପାଇଁ କୁହାଯାଇଛି । ଏହି ବ୍ୟାବସାୟିକ ପ୍ରତିନିଧିମାନେ ବ୍ୟାଙ୍କ ଶାଖା ନଥିବା ଗାଁ ମାନଙ୍କୁ ସପ୍ତାହରେ ୫ଦିନ ଗସ୍ତ କରି ୪ ଘଣ୍ଟା ଲେଖାଏ କାମ କରିବେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ୯୩୯ଟି ଗାଁରେ ବ୍ୟାବସାୟିକ ପ୍ରତିନିଧିଙ୍କୁ ନିୟୋଜିତ କରି ଅଗ୍ରଣୀ ଭୂମିକା ନେଇଥିବାବେଳେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ୫୯୯ ଗାଁ ଏବଂ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ୧୧୨ ଗାଁରେ ପ୍ରତିନିଧି ମୂତୟନ କରିଛନ୍ତି ।

08/03/2019

Leave a Reply

Your email address will not be published. Required fields are marked *

Comments