Bikash Khabar
ଦିବ୍ୟାଙ୍ଗଙ୍କ ଇଚ୍ଛା ଶକ୍ତିରେ ସମ୍ଭବ ହେଲା ଅସମ୍ଭବ, ପରିତ୍ୟକ୍ତ ଜମିକୁ କରାଇଛନ୍ତି ସବୁଜିମା ମୟ

ପାହାଡ଼ ଜଙ୍ଗଲ ଘେରା କୋରାପୁଟ ଜିଲ୍ଲାର ସବୁଠୁ ଦୁର୍ଗମ ଅଂଚଳ ଭାବେ ପରିଚିତ ଦଶମନ୍ତପୁର ବ୍ଲକର ଜଣେ ଦିବ୍ୟାଙ୍ଗ ଚାଷୀ ନିଜ ଦୃଢ ଇଚ୍ଛାଶକ୍ତିରେ ପରିତ୍ୟକ୍ତ ପଡ଼ିଆ ଜମିକୁ ସବୁଜିମାମୟ କରାଇପାରିଛନ୍ତି । ମୋ ଭାଷା କୋଷରେ ଅସମ୍ଭବ ବୋଲି କିଛି ଶବ୍ଦ ହିଁ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଏହି ଦିବ୍ୟାଙ୍ଗ ଚାଷୀ ନିତ୍ୟାନନ୍ଦ ।

ନିତ୍ୟାନନ୍ଦ ଜଣେ କ୍ଷୁଦ୍ର ଚାଷୀ । ଦଶମନ୍ତପୁର ବ୍ଲକ ଶିଷପୋଷ ଗାଁର ବାସିନ୍ଦା ନିତ୍ୟାନନ୍ଦଙ୍କୁ ଏକ ଜଙ୍ଗଲୀ ବାରହା ୨୫ ବର୍ଷ ତଳେ ଆକ୍ରମଣ କରିଥିଲା । ସେ ଦିନରୁ ସେ ନିଜର ବାମ ହାତ ହରାଇ ଦିବ୍ୟାଙ୍ଗ ହୋଇଛନ୍ତି । ତେବେ ଗୋଟିଏ ହାତରେ ନିତ୍ୟାନନ୍ଦ ଯାହା କରିପାରିଛନ୍ତି ତାହା ଅଂଚଳର ବହୁ ପ୍ରଗତିଶୀଳ ଚାଷୀ ମଧ୍ୟ କରିପାରିନାହାନ୍ତି ।
ନିତ୍ୟାନନ୍ଦଙ୍କ ପରିବାରରେ ସଦସ୍ୟ ସଂଖ୍ୟା ୬ । ଗୋଟିଏ ହାତରେ ସେ ଚାଷ ଭଳି କଠିନ କାର୍ଯ୍ୟକୁ ପରିବାର ପ୍ରତିପୋଷଣ ପାଇଁ ବାଛି ଥିଲେ । ଘର ଠାରୁ ୨ କିମି ଦୂରରେ ଥିବା ନିଜ ଚାଷ ଜମିକୁ ଯାଇ କାମ କରୁଥିଲା । ଜମି ପାଇଁ ଜଳ ନଥିଲା । ନିତ୍ୟାନନ୍ଦ ଗୋଟିଏ ହାତରେ କେନାଲ ଖୋଳିବା ଆରମ୍ଭ କରିଥିଲେ ଲୋକେ ଏଥିପାଇଁ ଥଟ୍ଟା ପରିହାସ କରୁଥିଲେ । କିନ୍ତୁ ତାଙ୍କ ସଂଘର୍ଷ ସଫଳ ହେଲା । କ୍ଷେତ ମୁଣ୍ଡରେ ପହଂଚିପାରିଲା ଜଳ । ସେ ଜମିରେ ନିତ୍ୟାନନ୍ଦ ଗୋଟିଏ ଫଳ ବଗିଚା ଆରମ୍ଭ କଲେ । ଆମ୍ବ, କଦଳୀ, ତାଳ, କମଳା ସହ ସେ କୋବି, ବାଇଗଣ ଓ ପିଆଜ ଚାଷ କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।

20/04/2019

Leave a Reply

Your email address will not be published. Required fields are marked *

Comments