Bikash Khabar
ନୂଆଁ ଭାରତ ସ୍ୱପ୍ନକୁ ମିଳିବ ଶକ୍ତି, ବଲିଉଡ଼ ଅଭିନେତା ବରୁଣ, ଅନୁଷ୍କା ହେଲେ ସ୍କିଲ ଇଣ୍ଡିଆ ମିଶନର ଆମ୍ବାସାଡ଼ର

ସ୍କିଲ ଇଣ୍ଡିଆ ମିଶନ କ୍ୟାମ୍ପେନର ବ୍ରାଣ୍ଡ ଆମ୍ବାସାଡ଼ର ଭାବେ ବଲିଉଡ଼ ଅଭିନେତା ବରୁଣ ଓ ଅନୁଷ୍କା ଚୁକ୍ତିବଦ୍ଧ ହୋଇଛନ୍ତି । ଏହି ଦୁଇ କଳାକାର ଦେଶର ବିଭିନ୍ନ ସ୍ଥାନକୁ ଗସ୍ତକରି ଯୁବ ପୀଢିଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବେ ।
ବଲିଉଡ଼ର ଏହି ଅଭିନେତା ଓ ଅଭିନେତ୍ରୀ ସୁଇ-ଧାଗା ନାମକ ମୁକ୍ତି ଲାଭ ହେବାକୁ ଯାଉଥିବା ଏକ ଚଳଚ୍ଚିତ୍ରରେ ଦର୍ଜି ଓ ଏମ୍ପ୍ରୋଡ଼ରୀ କାରିଗର ଭାବେ ନିଖୁଣ ଅଭିନୟ କରି ଦୃଷ୍ଟି ଆଢୁଆଳରେ ଥିବା ମାନବ ସମ୍ବଳର ଦକ୍ଷତାକୁ ଲୋକଙ୍କ ସାମ୍ନାକୁ ଆଣିବାରେ ନିଷ୍ଠାପର ଉଦ୍ୟମ କରିଛନ୍ତି ବୋଲି ଦକ୍ଷତା ବିକାଶମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ସୂଚନା ଯୋଗ୍ୟ ଯେ ଖୁବ୍ ଶିଘ୍ର ମୁକ୍ତି ଲାଭ କରିବାକୁ ଯାଉଥିବା ବହୁ ପ୍ରତିକ୍ଷୀତ ସୁଇ-ଧାଗା ଚଳଚ୍ଚିତ୍ରରେ ବରୁଣ ଧାବନ ଦର୍ଜିର ଭୂମିକା ତୁଲାଇଥିବାବେଳେ ଅନୁଷ୍କା ଶର୍ମା ତାଙ୍କ ପତ୍ନୀଙ୍କ ଭୂମିକା ତୁଲାଉଛନ୍ତି । ଅନୁଷ୍କା ଜଣେ ଏମ୍ପ୍ରୋଡ଼ରୀ କାରିଗର ଭାବେ ଦକ୍ଷତା ଯୁକ୍ତ ମାନବ ସମ୍ବଳକୁ ସାମ୍ନାକୁ ଆଣିଛନ୍ତି । ଭାରତର ମାଟି ସହ ଜଡ଼ିତ କାରିଗର, ଶିଳ୍ପୀ ଓ ବୁଣାକାରମାନେ ଯେଉଁମାନେ ଭାରତକୁ ବିଶ୍ୱରେ ସମ୍ମାନିତ କରିଛନ୍ତି ଏହି କଳାକାର ଯୋଡ଼ି ସେମାନଙ୍କୁ ଅଭିନୟରେ ସମ୍ମାନୀତ କରାଇପାରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନୁଆ ଭାରତର ସ୍ୱପ୍ନକୁ ଏହି ଦୁଇ ଅଭିନେତା ଯୋଡ଼ି ସ୍କିଲ ମିଶନରେ ସାମିଲ ହେବା ଦ୍ୱାରା ଅଧିକ ଶକ୍ତି ମିଳିବ ବୋଲି ମନ୍ତ୍ରୀ ପ୍ରଧାନ କହିଛନ୍ତି । 
 

19/09/2018

Leave a Reply

Your email address will not be published. Required fields are marked *

Comments