Bikash Khabar
ରସୁଲଗଡ଼ ପାଇବ ନୂଆ ରୂପ, କଂକ୍ରିଟ ଆବର୍ଜନା ବ୍ୟବହାର କରି ତିଆରି ହେବ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ

ରାଜଧାନୀ ଭୁବନେଶ୍ୱରର ରସୁଲଗଡ଼ ଛକ ପାଇବ ନୂଆ ରୂପ । ଛକର ଗୋଲେଇ ମଧ୍ୟରେ ତିଆରି ହେଉଛି ଏକ ଆକର୍ଷଣୀୟ ପାର୍କ । କଂକ୍ରିଟ ଆବର୍ଜନାକୁ ବ୍ୟବହାର କରି ଦେଶର ଶ୍ରେଷ୍ଠ କାରିଗର ତଥା ସ୍ଥପତି ମାନବ ଗୁପ୍ତା ଏହାର ନିର୍ମାଣରେ ଲାଗିଛନ୍ତି ।

ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ହେଉଥିବା ଏହି ପ୍ରକଳ୍ପ ଦୀର୍ଘସ୍ଥାୟୀ ବିକାଶର ବାର୍ତ୍ତା ପ୍ରଦାନ କରିବ । ରାଜପଥ ନିର୍ମାଣ ବେଳେ ବାହାରୁଥିବା ଆଇରନ ଓ କଂକ୍ରିଟ ଆବର୍ଜନାକୁ ବ୍ୟବହାର କରି ସହରର ଏହି ପ୍ରବେଶ ପଥକୁ ସଜାଯାଉଛି । ଓଡ଼ିଶାର କଳା, ସଂସ୍କୃତି ଓ ଐହିତ୍ୟର ଝଲକ ଏଥିରେ ଦେଖିବାକୁ ମିଳିବ । ପରିବେଶ ପ୍ରଦୂଷଣ କରୁଥିବା ଏହି ସାମଗ୍ରୀକୁ ପୁନଃ ବ୍ୟବହାର କରାଯିବା ସହ ଏଥିରେ ସମ୍ପୂର୍ଣ୍ଣ ଭୁବନେଶ୍ୱର ସହରର ଝଲକ ଦେଖିବାକୁ ମିଳିବ । ଫଳରେ ରାଜଧାନୀକୁ ଆସୁଥିବା ପର୍ଯ୍ୟଟକ ଏଠାରୁ ଓଡ଼ିଶାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଦେଖିପାରିବେ ।

25/04/2019

Leave a Reply

Your email address will not be published. Required fields are marked *

Comments