Bikash Khabar
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ଅଭିନବ ପ୍ରୟାସ : ଘରେ ଥାଇ ଏତଲା ଦେଇପାରିବେ ଯୌନ ଶୋଷଣର ଶିକାର ନାବାଳିକା

ଯୌନ ଶୋଷଣର ଶିକାର ହେଉଥିବା ନାବାଳିକା ଏଣିକି ଘରେ ଥାଇ ବି ଏତଲା ଦେଇପାରିବେ । ଏତଲା ଦେବା ପାଇଁ ଥାନାକୁ ଆସିବାକୁ ପଡ଼ିବନି । ଘରେ ଥାଇ ବି ମାମଲା କେଉଁ ସ୍ଥିତିରେ ରହିଛି ଜାଣିପାରିବେ । ଏହାକୁ ସଫଳ କରିବା ପାଇଁ ଆରମ୍ଭ ହୋଇଛି ସାଇବର କ୍ରାଇମ ରିପୋର୍ଟ ପୋର୍ଟାଲ । ପୋର୍ଟାଲରେ ଟ୍ରାକିଂ ନମ୍ବର ବ୍ୟବହାର କରି ଅନଲାଇନରେ ମାମଲା ସଂପର୍କରେ ଥାନା ପୁଲିସ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେ ସଂପର୍କରେ ଜାଣି ହେବ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଏଭଳି ଏକ ପୋର୍ଟାଲ ସେବା ଆରମ୍ଭ ହୋଇଛି । ଦେଶର ଯେ କୌଣସି ରାଜ୍ୟରୁ ପୀଡ଼ିତା ଏଥିରେ ଅଭିଯୋଗ କରିପାରିବେ । କେନ୍ଦ୍ର ସରକାରଙ୍କ ନିର୍ଭୟା ଫଣ୍ଡ ପକ୍ଷରୁ ଏହି ପୋର୍ଟାଲ ଆରମ୍ଭ ହୋଇଛି ।  cybercrime.gov.in ମାଧ୍ୟରେ ଅନଲାଇନରେ ପଞ୍ଜିକରଣ କରାଯାଇପାରିବ । ପୀଡ଼ିତା ଚାହିଁଲେ ପୋର୍ଟାଲରେ ତାଙ୍କ ନାମ ଗୋପନ ରଖାଯିବ । 
 

11/09/2018

Leave a Reply

Your email address will not be published. Required fields are marked *

Comments