Bikash Khabar
ସାଙ୍ଗିଆରେ ବ୍ୟବହାର ହୋଇପାରିବନି ଭାରତ ରତ୍ନ ବା ପଦ୍ମ ସମ୍ମାନ

ଭାରତ ରତ୍ନ, ପଦ୍ମ ସମ୍ମାନ ବା ଅନ୍ୟାନ୍ୟ ରାଷ୍ଟ୍ରୀୟ ସମ୍ମାନକୁ ନିଜ ନାମର ଆରମ୍ଭ ବା ଶେଷରେ ସାଙ୍ଗିଆ ଭାବେ ବ୍ୟବହାର କରାଯାଇପାରିବ ନାହିଁ । ଯଦି କେଉଁଠି ଏହା ହେଉଥିବାର ଦେଖାଯାଏ ତେବେ ସେଠାରେ ଏହାର ଅପମାନ ହେଉଥିବା ବିବେଚନା କରାଯିବ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର ସଂସଦରେ ଏ ବିଷୟ ସ୍ପଷ୍ଟ କରିଛି ।

ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ ଆହିର କହିଛନ୍ତି ଯେ ଭାରତରତ୍ନ, ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ପରି ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ହେଉଥିବା ବ୍ୟକ୍ତି ବିଶେଷ ସେମାନଙ୍କ ନାମର ଆରମ୍ଭରୁ ବା ଶେଷରେ ଏହାକୁ ଏକ ଉପାଧି ବା ସାଙ୍ଗିଆ ଭାବରେ ବ୍ୟବହାର କରିବାର କୌଣସି ପ୍ରକାର ବ୍ୟବସ୍ଥା ସମ୍ବିଧାନର ୧୮(୧) ଧାରାରେ ନାହିଁ ।
୧୯୫୫ରେ ଦେଶର ଏହି ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଚଳନ ହେବା ପରଠାରୁ ଅଦ୍ୟାବଧି ୩୮ ଜଣଙ୍କୁ ଭାରତରତ୍ନ ଦିଆଯାଇଛି । ଏହା ସହ ୩୦୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୨୫୫ ଜଣଙ୍କୁ ପଦ୍ମଭୂଷଣ ଏବଂ ୩୦୦୫ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । କେନ୍ଦ୍ରରେ ନରେନ୍ଦ୍ରମୋଦିଙ୍କ ସରକାର ଆସିବା ପରଠାରୁ ବହୁ ପ୍ରତିଭାବାନ ସାଧାରଣ ଜନଗଣଙ୍କୁ ଏଭଳି ପୁରସ୍କାର ମିଳିପାରୁଥିବା ନେଇ ଚର୍ଚ୍ଚା ହେଉଛି ।

13/02/2019

Leave a Reply

Your email address will not be published. Required fields are marked *

Comments