Bikash Khabar
ଭର୍ତ୍ତୃହରିଙ୍କୁ ସଂସଦ ରତ୍ନ

କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ମିଳିବ ସଂସଦ ରତ୍ନ ପୁରସ୍କାର । ଷୋଡ଼ଶ ଲୋକ ସଭାର ବିତର୍କ ବର୍ଗରେ ନିଜର ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ଜଣାଯାଇଛି । ଚେନ୍ନାଇର ଏକ ସାମାଜିକ ସଂଗଠନ ଏନଜିଓ ପ୍ରାଇମ ପଏଣ୍ଟ ଫାଉଣ୍ଡେସନ ଏବଂ ଇ-ମାଗାଜିନ ପ୍ରିସେନ୍ସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ପ୍ରାଇମ ପଏଣ୍ଟ ପକ୍ଷରୁ କୁହାଯାଇଛି ଯେ ଭର୍ତ୍ତୃହରିଙ୍କ ସମେତ ୧୨ ଜଣ ସାଂସଦ ଏବଂ ନିର୍ଦ୍ଦିଷ୍ଟ ଏକ ଷ୍ଟାଣ୍ଡିଂ କମିଟିକୁ ପୁରସ୍କୃତ କରାଯିବ ।

ବିଜେଡ଼ିର ଭର୍ତ୍ତୃହରିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଥିବାବେଳେ ଏନସିପିର ସୁପ୍ରିୟା ସୁଲେ, କଂଗ୍ରେସ ସାଂସଦ ରାଜୀବ ଶଙ୍କରରାଓ ସତାଉ, ରଜନୀ ପାଟିଲ, ଆନନ୍ଦ ଭାସ୍କର ରାପୋଲୁ, ବିଜେପି ସାଂସଦ ନିଶିକାନ୍ତ ଦୁବେ, ଅନୁରାଗ ଠାକୁର ପ୍ରମୁଖଙ୍କୁ ଏହି ପୁରସ୍କାର କରାଯାଉଛି । ଭର୍ତ୍ତୃହରି ୨୦୧୭ ବର୍ଷରେ ଶ୍ରେଷ୍ଠ ସାଂସଦ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସମ୍ମାନୀତ ହୋଇଥିଲେ । ସାଂସଦ ଭାବେ ତାଙ୍କର ସୁଦୀର୍ଘ ଅନୁଭୂତି, ବିତର୍କରେ ଦକ୍ଷତା, ପ୍ରସଙ୍ଗ ଉପରେ ଗଭୀର ସଚେତନତା ପାଇଁ ଭର୍ତ୍ତୃହରି ବିଭିନ୍ନ ସ୍ଥାନରୁ ସମ୍ବର୍ଦ୍ଦିତ ଓ ସମ୍ମାନୀତ ହୋଇଛନ୍ତି ।

17/01/2019

Leave a Reply

Your email address will not be published. Required fields are marked *

Comments