Bikash Khabar
ଆରମ୍ଭ ହେଲା କୁମ୍ଭୀର ପ୍ରଜନନ ଋତୁ, ମେ ୧ରୁ ଜୁଲାଇ ୩୧ ଯାଏ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକରେ ଥିବା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଭିତରକୁ ଆସନ୍ତା ମେ ୧ରୁ ଜୁଲାଇ ୩୧ ଯାଏ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ ଲଗାଇ ଦିଆଯିବ । ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ନଦୀ ନାଳ ଗୁଡ଼ିକରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି । ଏହି ସମୟରେ କୁମ୍ଭୀରମାନେ ଅଣ୍ଡା ଦେବା ସହ ଅଧିକ ହିଂସ୍ର ଆଚରଣ ପ୍ରଦର୍ଶନ କରିଥାନ୍ତି । ସେମାନଙ୍କୁ ଏହି ସମୟରେ ବିରକ୍ତ ନକରିବା ପାଇଁ ରାଜନଗର ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷିଦ୍ଧ କରାଯାଇଛି ।

ସୂଚନା ଯୋଗ୍ୟ ଯେ ଭିତରକନିକାର ପ୍ରସିଦ୍ଧ ହେନ୍ତାଳ ବଣ, ଆଦ୍ରଭୂମି, କୁମ୍ଭୀର ଓ ବନ୍ୟଜନ୍ତୁ ତଥା ପକ୍ଷୀମାନଙ୍କୁ ଦେଖିବା ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । ଅପରପକ୍ଷରେ ଏଠାରେ ୧୭୪୨ଟି କୁମ୍ଭୀର ଥିବା ଜଣାଯାଇଛି । ମାଇ କୁମ୍ଭୀରମାନେ ଅଣ୍ଡା ଦେଇ ସାରିବା ପରେ ପୁରୁଷ କୁମ୍ଭୀରମାନେ ଅଣ୍ଡାକୁ ଜଗି ବସିଥାନ୍ତି । ଏହି ସମୟରେ କାହାକୁ ଦେଖିଲେ ସେମାନେ ହିଂସ୍ର ହୋଇ ଉଠୁଥିବାରୁ ପର୍ଯ୍ୟଟକଙ୍କ ଉପରେ ତିନି ମାସିଆ ରୋକ ଲାଗିଛି ।

24/04/2019

Leave a Reply

Your email address will not be published. Required fields are marked *

Comments