Bikash Khabar
ବିଜୁପଟ୍ଟନାୟକ ବିମାନ ବନ୍ଦରକୁ ମିଳିଲା ଶ୍ରେଷ୍ଠ ବିମାନ ବନ୍ଦର ପୁରସ୍କାର

ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଏୟାରପୋର୍ଟ ସର୍ଭିସ କ୍ୱାଲିଟି ଆୱାର୍ଡ଼-୨୦୧୮ ମିଳିଛି । ଏହାର ଆକାର ଏବଂ କ୍ଷେତ୍ର ଦୃଷ୍ଟିରୁ ଶ୍ରେଷ୍ଠ ବିମାନବନ୍ଦରର ମାନ୍ୟତା ମିଳିଛି । ଏସିଆ ମହାଦେଶର ୨ରୁ ୫ ମିଲିଅନ ଯାତ୍ରୀ ଗମନାଗମନ କରୁଥିବା ବିମାନବନ୍ଦର ବର୍ଗରେ ଭୁବନେଶ୍ୱରକୁ ଏୟାର ପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏପରି ଏକ ମର୍ଯ୍ୟାଦାଜନକ ପୁରସ୍କାର ଆମ ପାଇଁ ଗର୍ବ ଓ ଗୌରବର କଥା ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା । ବିମାନ ବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ମତାମତ ଆଧାରରେ କରାଯାଇଥିବା ଏହି ସର୍ଭେରେ ଭୁବନେଶ୍ୱର ସହିତ ଚଣ୍ଡିଗଡ଼, ଦେବୀ ଅହଲ୍ୟାବାଇ ହୋଲକର ବିମାନବନ୍ଦର, ଏସଏମ ବଜାରୁଦ୍ଦିନ ୨ ବିମାନବନ୍ଦର, ଏସଏସକାସିମ ୨ ବିମାନ ବନ୍ଦର, ୟିବାଙ୍ଗ ସାଙ୍ଗସିଆ ବିମାନ ବନ୍ଦରକୁ ବି ଏହି ସମ୍ମାନ ମିଳିଥିବା ଜଣାଯାଇଛି ।

08/03/2019

Leave a Reply

Your email address will not be published. Required fields are marked *

Comments