Bikash Khabar
ନ୍ୟୁୟର୍କରେ ରହୁଥିବା ଭୁବନେଶ୍ୱର ର ଓଡ଼ିଆ ଡାକ୍ତରାଣୀ ସ୍ୱାବ ସଂଗ୍ରହ ପାଇଁ ଗଞ୍ଜାମକୁ ଦେଲେ ୧୫ ଲକ୍ଷ ଟଙ୍କା ମୂଲ୍ୟର ଭ୍ୟାନ

 ସମଗ୍ର ବିଶ୍ବ କରୋନା ମହାବିପତ୍ତିର ମୁକାବିଲା କରୁଛି। ଏଭଳି ସମୟରେ ନ୍ୟୁୟର୍କରେ ରହୁଥିବା ଓଡ଼ିଆ ଡାକ୍ତରାଣୀ ତାପ୍ତି ପଣ୍ତା ମହାନତାର ପରିଚୟ ଦେଇଛନ୍ତି। ଗଞ୍ଜାମ ଜିଲ୍ଳାରେ କରୋନାର ମୁକାବିଲା ଲାଗି ସେ ୧୫ଲକ୍ଷ ଟଙ୍କା ମୂଲ୍ୟର ଏକ ସ୍ବାବ୍˚ଗ୍ରହ ଭ୍ୟାନ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଦେଇଛନ୍ତି। ନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍କରି ସୂଚନା ଦେଇଛନ୍ତି। ଗତ ଶୁକ୍ରବାରଠାରୁ ଉକ୍ତ ଶୀତତାପ ନିୟନ୍ତ୍ରିତ ମୋବାଇଲ୍ସ୍ବାବ୍ସଂଗ୍ରହ ଭ୍ୟାନ୍ରେ ସ୍ବାବ୍ସଂଗ୍ରହ କରି ଟେଷ୍ଟ୍କରାଯାଉଛି। ନ୍ୟୁୟର୍କର କ୍ରିଷ୍ଟାଲ ରନ୍ହେଲଥ୍କେୟାର୍ରେ ସ୍ତ୍ରୀ ପ୍ରସୂତି ରୋଗ ବିଶେଷଜ୍ଞ ତଥା ଲାପ୍ରୋସ୍କୋପିକ୍ସର୍ଜନ ଭାବେ ତାପ୍ତି ପଣ୍ତା କାର୍ଯ୍ୟ କରୁଛନ୍ତି। ତାପ୍ତିଙ୍କ ଘର ଭୁବନେଶ୍ବର ଖାରବେଳ ନଗର ତୃତୀୟ ଲାଇନ୍ରେ। ସେ ତାମିଲନାଡୁରେ ଡାକ୍ତରୀ ପାଠପଢା ଶେଷ କରିବା ପରେ ୨୦୦୪ରେ ନ୍ୟୁୟର୍କ ଯାଇଥିଲେ। ତାଙ୍କ ସ୍ବାମୀ ରାଜନ୍ସୁବାହୀ ସେଠାରେ ଛାତିରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ। ତାପ୍ତିଙ୍କ ବାପା ତାମିଲନାଡ଼ୁ କ୍ୟାଡର୍ ଅବସରପ୍ରାପ୍ତ ଆଇଏଏସ୍ଅଫିସର ହୋଇଥିବା ବେଳେ ମାଆ ରମାଦେବୀ କଲଜେରେ ଅର୍ଥନୀତି ବିଭାଗ ପ୍ରଫେସର।

14/07/2020

Leave a Reply

Your email address will not be published. Required fields are marked *

Comments