Bikash Khabar
ପ୍ରକାଶ ପାଇଲା ସ୍ୱଚ୍ଛ ସର୍ବେକ୍ଷଣ, ଭୁବନେଶ୍ୱରକୁ ପଛରେ ପକାଇଲା ରେଶମ ସହର ବ୍ରହ୍ମପୁର

ସହରାଂଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ସ୍ୱଚ୍ଛ ସର୍ବେକ୍ଷଣ ତଥ୍ୟ । ରାଜ୍ୟର ସବୁଠୁ ବଡ଼ ମହାନଗର ନିଗମ ଭୁବନେଶ୍ୱର ପାଇଁ ଆଣିଛି ଲଜ୍ଜ୍ୱା । ପରିମଳ ପାଇଁ ରାଜ୍ୟର ସର୍ବାଧିକ ୭୦ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ପରିମଳ କ୍ଷେତ୍ରରେ ବ୍ରହ୍ମପୁର ମହାନଗର ନିଗମ ଠାରୁ ଢେର ପଛରେ ପଡ଼ିଯାଇଛି । ପରିମଳକୁ ନେଇ ଲୋକଙ୍କ ମତାମତ, ପ୍ରତ୍ୟକ୍ଷ ପରିଦର୍ଶନ, ସାର୍ଟିଫିକେସନ ଓ ସେବା ସ୍ତରର ୫ ହଜାର ମାର୍କକୁ ନେଇ ଜାନୁଆରୀ ୪ରୁ ୩୧ ଯାଏ ସ୍ୱଚ୍ଛ ସର୍ବେକ୍ଷଣ ହୋଇଥିଲା । ବ୍ରହ୍ମପୁର ମୋଟ ୫ ହଜାର ମାର୍କ ମଧ୍ୟରୁ ୨୨୫.୩୨ ମାର୍କ ରଖି ୨୧୬ ତମ ସ୍ଥାନରେ ଥିବାବେଳେ ଭୁବନେଶ୍ୱର ୧୮୭୮.୪୩ ମାର୍କ ପାଇଛି । ଏହି ସର୍ଭେରେ ବ୍ରହ୍ମପୁର ୨୧୬ତମ ସ୍ଥାନରେ ଥିବା ବେଳେ ଭୁବନେଶ୍ୱର ୨୮୮ତମ ସ୍ଥାନରେ ରହିଛି ।

ଯାନ୍ତ୍ରିକ ସଫେଇ, ୨ ହଜାରରୁ ଅଧିକ ଶୌଚାଳୟ, ପ୍ଲାଷ୍ଟିକ ମୁକ୍ତ ଘୋଷଣା, ରଙ୍ଗ ବେରଙ୍ଗି ଚିତ୍ର, ସ୍ୱୟଂଚାଳିତ ଗୋଷ୍ଠୀ ଶୌଚାଳୟ ଭଳି ନାନା ପ୍ରକାର ମନ ଇଚ୍ଛା ଯୋଜନା କରାଗଲା ସତ ହେଲେ ବିଏମସି ଆବଶ୍ୟକୀୟ ଡ଼ଷ୍ଟବିନ୍ ଉପଲବ୍ଧ କରାଇଲା ନାହିଁ । ନିୟମିତ ଆବର୍ଜନା ଉଠିଲା ନାହିଁ । ବାସିନ୍ଦାମାନେ ପରିମଳକୁ ନେଇ ନକରାତ୍ମକ ମତାମତ ଦେଲେ । ରାସ୍ତାରେ ଡ଼୍ରେନ ପାଣି ଭାସୁଥିବା ଦୃଶ୍ୟ ବାରମ୍ବାର ସାମ୍ନାକୁ ଆସିଲା । ଏସବୁ ମିଶି ନମ୍ବର ୱାନ ନବୀନଙ୍କ କ୍ରୀଡ଼ା ରାଜଧାନୀ ଭୁବନେଶ୍ୱର ୨୪୩ରୁ ୨୮୮କୁ ଖସି ଆସିଲା ।

07/03/2019

Leave a Reply

Your email address will not be published. Required fields are marked *

Comments