Bikash Khabar
ବିକ୍ରୀ ହେଲା ଭୂଷଣ, କିଣିଲା ଟାଟା ଷ୍ଟିଲ

ମୁମ୍ବାଇ, ମେ ୧୯ : ଦେବାଳିଆ ଘୋଷିତ ଭୂଷଣ ଷ୍ଟିଲକୁ ରନେ ଟାଟାଙ୍କ ଟାଟା ଷ୍ଟିଲ ଖର୍ବ୍ଦି କରିଛି । କିଣା ବିକାକୁ ଭାରତୀୟ ପ୍ରତିଯୋଗିତା କମିଶନ ଓ ଜାତୀୟ କମ୍ପାନୀର ଟ୍ରିବ୍ୟୁନାଲ ମଞ୍ଜୁରୀ ଦେଇଥିବା ଟାଟା ଷ୍ଟିଲ ପକ୍ଷରୁ କୁହାଯାଇଛି ।

ବ୍ୟାଙ୍କରୁ ଋଣ ଆଣି ପରିଶୋଧ କରିପାରିନଥିଲା ଭୂଷଣ ଷ୍ଟିଲ । ଭୂଷଣ ଷ୍ଟିଲକୁ ଦେବାଳିଆ ଘୋଷଣା ସହ ଟ୍ରିବ୍ୟୁନାଲରେ ବିଚାର ଚାଲିଥିଲା । ଶେଷରେ ଏହାକୁ ନିଲାମ କରିବା ନେଇ ନିଷ୍ପତ୍ତି ହୋଇଥିଲା । ଏହାକୁ କିଣିନେବା ପାଇଁ ଟାଟା ଷ୍ଟିଲ ଅନ୍ୟ କେତେକ କମ୍ପାନୀଙ୍କ ସହ ଦୌଡ଼ରେ ଥିଲେ । ଶେଷରେ ଟାଟା ଷ୍ଟିଲର ବିଜୟ ହୋଇଥିଲା । 

ଅଧିଗ୍ରହଣ ପରେ ଭୂଷଣ ଷ୍ଟିଲର କୌଣସି କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ । ସେମାନେ ପୂର୍ବବତ କାମ କରିବେ, କିନ୍ତୁ ପୁରୁଣା ନିର୍ଦ୍ଦେଶକମାନଙ୍କ ବଦଳରେ ନୁଆ ନିର୍ଦ୍ଦେଶକମାନେ ମନୋନୀତ ହେବେ । ବିଏନପିଏଲ ନିଜର ନିର୍ଦ୍ଦେଶକ ମନୋନୀତ କରିବ । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆଠାରେ ଥିବା କାରଖାନାରେ ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀମାନେ ଆସି ପହଂଚିଥିବା ଜଣାଯାଇଛି । 

19/05/2018

Leave a Reply

Your email address will not be published. Required fields are marked *

Comments