Bikash Khabar
ବିହାରରୁ ମଣିପୁର-ମିଜୋରାମ-ମେଘାଳୟ-ସିକିମ ଯିବା ହେବ ସହଜ, ତିଆରି ହେବ ସବୁଠୁ ଉଚ୍ଚ ରେଳ ପୋଲ

ପାଟନା, ମେ ୨୧ :  ନର୍ଥ ପ୍ରଂଣ୍ଟିୟର ରେଲୱେ ଦ୍ୱାରା ଉତ୍ତରପୂର୍ବ ରାଜ୍ୟର ଆଠରୁ ପାଂଚ ରାଜ୍ୟକୁ ରେଳପଥ ସହ ଯୋଡ଼ିବାର ପରିକଳ୍ପନାକୁ ସାକାର ପାଇଁ ପ୍ରୟାସକୁ ଗତି ଦିଆଯାଇଛି । ଏଥିପାଇଁ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶରେ ୭୯୫ କିଲୋମିଟର ଲମ୍ବା ପ୍ରକଳ୍ପର କାମ ଆରମ୍ଭ ହୋଇଯାଇଛି । ଏହି ପ୍ରକଳ୍ପ ଅନୁଯାୟୀ ମଣିପୁରର ନୋନେ ଠାରେ ଦେଶର ସବୁଠୁ ଉଚ୍ଚ ଗାର୍ଡ଼ର ରେଳ ପୋଲ ନିର୍ମାଣ ହେବ । ଏଥିରେ ମଣିପୁର, ମିଜୋରାମ, ମେଘାଳୟ ଏବଂ ସିକିମ ମଧ୍ୟରେ ଦେଶର ସବୁଠୁ ଲମ୍ବା ଟନେଲର ମଧ୍ୟ ନିର୍ମାଣ କରାଯିବ । ଏହି ପରିଯୋଜନା ସମ୍ପୂର୍ଣ୍ଣ ହେବା ପରେ ବିହାରର କିଷନଗଞ୍ଜ ରାସ୍ତାରେ ଏନଜେପି ନିକଟ ଦେଇ ମଣିପୁର, ମିଜୋରାମ, ମେଘାଳୟ, ସିକିମ ଏବଂ ନାଗାଲାଣ୍ଡ ଯିବା ସହଜ ହୋଇଯିବ ।

୨୦୨୦ ସୁଦ୍ଧା ଏହି ପ୍ରକଳ୍ପ ସରିବାର ଅବଧି ସ୍ଥିର କରାଯାଇଛି । ରେଳ ମନ୍ତ୍ରାଳୟ ଏହି ପ୍ରକଳ୍ପ କାମକୁ ଆରମ୍ଭ କରିଛି । 

21/05/2018

Leave a Reply

Your email address will not be published. Required fields are marked *

Comments