Bikash Khabar
ଓଡ଼ିଶା ବାହାରେ ଓଡ଼ିଆ ପାଇବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା

ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଏଣିକି ରାଜ୍ୟ ସରକାରଙ୍କର ମହତ୍ୱାକାଂକ୍ଷୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର  ସହାୟତା ପାଇବେ । ଯେଉଁମାନେ ଓଡ଼ିଶା ବାହାରକୁ ଯାଇ ଚିକିତ୍ସିତ ହେବା ପାଇଁ ଚାହୁଁଥାନ୍ତି ସେମାନେ ଗସ୍ତ ଖର୍ଚ୍ଚ ବାବଦକୁ ୨ହଜାର ଟଙ୍କା ସହ ଅନ୍ୟ ରାଜ୍ୟର ନିର୍ଦ୍ଦିଷ୍ଟ ହସପିଟାଲ ଗୁଡ଼ିକରେ ଚିକିତ୍ସା କରାଇପାରିବେ । ସେମାନଙ୍କ ବ୍ୟାଙ୍କ ଖାତାକୁ ଖର୍ଚ୍ଚ ରାଶି ପଠାଇ ଦିଆଯିବ ।
ଏହି ଯୋଜନାରେ ଗତ ଦୁଇମାସ ମଧ୍ୟରେ ଏକ କୋଟି ଦଶଲକ୍ଷ କେସରେ ସହାୟତା ଯୋଗାଇ ଦିଆଯାଇଛି । ଓଡ଼ିଶା ବାହାରେ ଥିବା ଟାଟା ମୋମୋରିଆଲ୍ ହସପିଟାଲ, ମୁମ୍ବାଇ, ସିଏମସି, ଭେଲୋର, ନାରାୟଣ ହୃଦୟାଳୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇପାରିବେ । କ୍ୟାନସର, ହାର୍ଟ ଏବଂ କିଡ଼ନୀ ରୋଗର ଚିକିତ୍ସା ପାଇଁ ହିତାଧିକାରୀଙ୍କ ପାରିବାରିକ ଆୟ ବାର୍ଷିକ ୧ଲକ୍ଷ ଟଙ୍କା ବଦଳରେ ୩ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । 
 

27/10/2018

Leave a Reply

Your email address will not be published. Required fields are marked *

Comments