Bikash Khabar
ଆଜିଠୁ ସାରା ରାଜ୍ୟରେ ପକ୍ଷୀ ଗଣନା, ୬ରୁ କୁମ୍ଭୀର, ୧୯ରୁ ହେବ ଡ଼ଲଫିନ ଗଣନା

ଗୁରୁବାର ଠାରୁ ରାଜ୍ୟର ବିଭିନ୍ନ ଜଳାଶୟ ଗୁଡ଼ିକରେ ପକ୍ଷୀ ଗଣନା ଆରମ୍ଭ ହେବ । ଏଥିପାଇଁ ବନବିଭାଗ ସମସ୍ତ ପ୍ରସ୍ତୁତି ସାରିଛି । ୩ ତାରିଖରେ ନନ୍ଦନକାନନ, ୪ ତାରିଖରେ ଚିଲିକା ଓ ୬ ତାରିଖରେ ଭିତରକନିକା, ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା କରାଯିବ । ପ୍ରାୟ ୧ହଜାରରୁ ଅଧିକ ବନକର୍ମଚାରୀ, ପକ୍ଷୀପ୍ରେମୀ, ସାମାଜିକକର୍ମୀଙ୍କୁ ଗଣନା ପ୍ରକ୍ରିୟାରେ ସାମିଲ କରାଯାଇଛି ।

ଆସନ୍ତା ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ହେବ । ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ କୁମ୍ଭୀର ଗଣନା କରାଯିବାକୁ ଥିବାବେଳେ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ମହାନଦୀ, ଘୋଡ଼ାହାଡ଼ ଓ ଶିମିଳିପାଳର ଖଇରୀ, ଭଣ୍ଡନ, ଦେଓ, ପଳପଳା, ସାଂଚୋ ଆଦି ନଦୀ ଗୁଡ଼ିକରେ କୁମ୍ଭୀର ଗଣନା ହେବ । ସେହିପରି ଜାନୁଆରୀ ୧୯ ତାରିଖରୁ ଚିଲିକାରେ ଡ଼ଲଫିନ ଗଣନା କରାଯିବ । 
 

03/01/2019

Leave a Reply

Your email address will not be published. Required fields are marked *

Comments