Bikash Khabar
ଛୋଟିଆ କ୍ୟାମେରା ରେ ୬୦ କ୍ଷୁଦ୍ର ଦେଶିଆ ଫିଲ୍ମ କରି ଚର୍ଚ୍ଚାରେ ନବରଙ୍ଗପୁର ର ବିଶ୍ୱନାଥ

ପେଶାଦାର କ୍ୟାମେରା ନାହିଁ, କି ପେଶାଦାର ଡିଗ୍ରୀ ନାହିଁ କିନ୍ତୁ ନିଜର ଇଚ୍ଛାଶକ୍ତି ବଳରେ ଛୋଟିଆ କ୍ୟାମେରାରେ ସଟ୍ ଫିଲ୍ମ କରି ଚର୍ଚ୍ଚାରେ ଅଛନ୍ତି ନବରଙ୍ଗପୁରର ଯୁବକ ଫିଲ୍ମ ପୁଣି ନିର୍ମାଣ ହୋଇଛି କୋରାପୁଟିଆ ଦେଶୀଆ ଭାଷାରେ ମାତ୍ର ୨୨ ବର୍ଷ ବୟସରେ ୬୦ରୁ ଅଧିକ ସଚେତନ ଧର୍ମୀ ଫିଲ୍ମ କରି ପ୍ରଶଂସା ସାଉଁଟୁଛନ୍ତି ନବରଙ୍ଗପୁର ଜିଲ୍ଲା ଦୁରାଗାଁର ବିଶ୍ୱନାଥ ବିଶୋୟୀ ସ୍ଥାନୀୟ କିଛି ଉତ୍ସାହି ଯୁବକ-ଯୁବତୀଙ୍କୁ ନେଇ ଫିଲ୍ମ ନିର୍ମାଣ କରୁଛନ୍ତି ୟୁ-ଟ୍ୟୁବ୍ ଭଳି ସୋସିଆଲ ମିଡ଼ିଆରେ ଏହି ସବୁ ଫିଲ୍ମ ନିର୍ମାଣକରି ଚର୍ଚ୍ଚାରେ ଅଛନ୍ତି ବିଶ୍ୱନାଥ ଏବଂ ତାଙ୍କ ଟିମ୍ ଋଣ କରି ପ୍ରଥମେ ସୁଟିଂ ଆରମ୍ଭ କରିଥିଲେ ବିଶ୍ୱନାଥ ଏବେ ତାଙ୍କ ଦ୍ୱାରା ନିର୍ମିତ ଫିଲ୍ମ ୟୁ-ଟ୍ୟୁବ୍ରେ ଲକ୍ଷ ଲକ୍ଷ ଦର୍ଶକ ସାଉଁଟୁଛି

11/10/2020

Leave a Reply

Your email address will not be published. Required fields are marked *

Comments