Bikash Khabar
କଳାବତୀ କଲା କମାଲ, ୪ ଲକ୍ଷ ଖର୍ଚ୍ଚ କରି ଚାଷୀ ପାଇବେ ୧୬ ଲକ୍ଷ

କଳାବତୀ ହେଉଛି ବିରଳ କଳା ରଙ୍ଗର ଏକ ଧାନ । ଏଥିରେ ଔଷଧୀୟ ଗୁଣ ଭରପୁର ଥିବାରୁ ଚାହିଦା କାହିଁରେ କ’ଣ । ଏହାର ଚାଉଳର କିଲୋଗ୍ରାମ ପ୍ରତି ଦର ୨୦୦ରୁ ୩୦୦ ଟଙ୍କା । ବିହନ ପାଇଁ କିଲୋଗ୍ରାମ ପିଚ୍ଛା ୫୦୦ ରହିଛି । ୧୫୦ ଦିନରେ ଅମଳ ହେଉଥିବା କଳା ଧାନ ଏକ ଏକର ଜମିରୁ ୧୫ କ୍ୱିଣ୍ଟାଲ ଅମଳ ହେଉଛି । ସମ୍ବଲପୁରର କେତେକ ଚାଷୀ କଳାବତୀକୁ ସଫଳତାର ସହ ଚାଷ କରି ଖର୍ଚ୍ଚର ଚାରିଗୁଣା ଲାଭ ପାଇଥିବା କହିଛନ୍ତି ।

କଳାବତୀ ପ୍ରଜାତିର ଧାନ ଚାଷ କରି ସଫଳତା ପାଇଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକ ବୀରସିଂହପଡ଼ାର ଚାଷୀ ଚେତନ । ଚେତନ ୧୦ ଏକର ଜମିରେ କଳାଧାନ  ଚାଷ କରି ୧୫ କ୍ୱିଣ୍ଟାଲ ଅମଳ କରିପାରିଥିବା କହନ୍ତି । ୩୦ କିଲୋ ବିହନରୁ ୧୫ କ୍ୱିଣ୍ଟାଲ ଫଳାଇଥିବା ଚେତନ ଏହାକୁ ବିକ୍ରୀ କରି ୧୬ ଲକ୍ଷ ଟଙ୍କା ପାଇବେ ବୋଲି କହିଛନ୍ତି ।
କଳାବତୀ ଚାଉଳରୁ ପ୍ରସ୍ତୁତ ଭାତ ରକ୍ତ ପରିଷ୍କାର କରିବା ସହ ଡ଼ାଇବେଟିସ ରୋଗୀଙ୍କ ପାଇଁ ଫଳପ୍ରଦ । ମେଦବହୁଳତା ହ୍ରାସ କରିବା, ଓଜନ ସନ୍ତୁଳିତ ରଖିବା ଓ ପାଚନ କ୍ରିୟାରେ ସହଯୋଗ କରିଥାଏ । ଶରୀରରୁ ବିଷାକ୍ତ ଉପାଦାନକୁ ନଷ୍ଟ କରିବାରେ ଏହି ପ୍ରଜାତିର ଚାଉଳ ବିଶେଷ ଫଳପ୍ରଦ ହେଉଥିବା ଜଣାପଡ଼ିବା ପରେ ବଜାରରେ ଏହାର ଚାହିଦା ଅଧିକ । 
 

07/12/2018

Leave a Reply

Your email address will not be published. Required fields are marked *

Comments