Bikash Khabar
ବତୀଘରରୁ ଆରମ୍ଭ ହେଲା ଜଳପଥ ଆମ୍ବୁଲାନ୍ସ ସେବା, ୨୫ ହଜାର ହେବେ ଉପକୃତ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ମଙ୍ଗଳବାର ବୋଟ ଆମ୍ବୁଲାନ୍ସର ସେବା ଲୋକାର୍ପିତ ହୋଇଛି । ଏହା ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲାର ନଦୀ-ନାଳ ଘେରା ବତୀଘର ଓ ଜମ୍ବୁ ପଂଚାୟତର ୨୫ ହଜାରରୁ ଅଧିକ ଗ୍ରାମବାସୀ ଜଳପଥରେ ଆମ୍ବୁଲାନ୍ସ ସେବା ପାଇପାରିବେ ।

ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ରାଷ୍ଟ୍ରୀୟ ଆମ୍ବୁଲାନ୍ସ ସେବା ଯୋଗାଉଥିବା ଏହି ବୋଟ ଖରିନାସୀ ଓ ମହାନଦୀ ପାର ହୋଇ ପୀଡ଼ିତଙ୍କୁ ପାରାଦ୍ୱୀପ ବନ୍ଦର ହସ୍ପିଟାଲ ଓ ଏପଟେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇପାରିବ । ଏହା ଫଳରେ ବର୍ଷ ବର୍ଷ ଧରି ଦୁର୍ଦ୍ଦଶା ଭୋଗ କରୁଥିବା ଲୋକଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି । ଆଗକୁ ଏପରି ଆଉ ୬ଟି ବୋଟ ଆମ୍ବୁଲାନ୍ସ ରାଜ୍ୟର ଅନ୍ୟ ଅଂଚଳକୁ ଦିଆଯିବ ବୋଲି ସୂଚନା ମିଳିଛି । ପ୍ରଥମ କରି ଏହି ଅଂଚଳରେ ଏପରି ସୁବିଧା ଉପଲବ୍ଧକୁ ନେଇ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି ।

06/03/2019

Leave a Reply

Your email address will not be published. Required fields are marked *

Comments