Bikash Khabar
ନଦୀ ପାର ହୋଇ ଆସୁଥିବା ରୋଗୀଙ୍କ ପାଇଁ ୫ରୁ ବୋଟ ଆମ୍ବୁଲାନ୍ସ ସେବା

ରାଜ୍ୟରେ ବିଭିନ୍ନ ନଦୀ ଅଂଚଳ ଓ ଅଗମ୍ୟ ଇଲାକାରେ ଥିବା ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଂଚୁନି । ଗର୍ଭବତୀ ମହିଳା ଓ ରୋଗୀମାନଙ୍କ ଦୁର୍ଦ୍ଦଶାର ଚିତ୍ର ଏଭଳି ଅଂଚଳରୁ ବାରମ୍ବାର ଦେଖିବାକୁ ମିଳୁଛି । କିଏ ଭାରତର ତ କିଏ ବେତା ଟୋକେଇରେ ବୁହାହୋଇ ଆସୁଛି । ନଦୀ ପାର ହୋଇ ଆସୁଥିବା ଅଂଚଳର ଗର୍ଭବତୀ ଓ ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ଏବେ ସରକାର ବୋଟ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାର ନିଷ୍ପତ୍ତି ନେଇଛନ୍ତି ।

ଚଳିତ ବର୍ଷ ପାଇଁ ୬ଟି ବୋଟ ଆମ୍ବୁଲାନ୍ସ ସେବା ଯୋଜନା ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚ ୫ ତାରିଖ ବିଜୁବାବୁଙ୍କ ଜୟନ୍ତୀରୁ କେନ୍ଦ୍ରାପଡ଼ାର ବତିଘରଠାରେ ବୋଟ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହେବ । ଚଳିତ ବର୍ଷ ୬ଟି ଆମ୍ବୁଲାନ୍ସ ଚାଲିବ । ଏହି ଆମ୍ବୁଲାନ୍ସ ଗୁଡ଼ିକୁ ମୁମ୍ବାଇର ମହିନ୍ଦ୍ରା ଡ଼କୟାର୍ଡ଼ ନିର୍ମାଣ କରିଛି । ପ୍ରତି ଆମ୍ବୁଲାନ୍ସ ପିଚ୍ଛା ୯୦ ଲକ୍ଷ ଖର୍ଚ୍ଚ ହେବ । ରାଜ୍ୟରେ ୫୧୨ଟି ୧୦୮ ଆମ୍ବୁଲାନ୍ସ ଗଡ଼ୁଥିବାବେଳେ ୧୦୨ ଯୋଜନାରେ ୫୦୦ଟି ଗଡ଼ୁଛି । କିନ୍ତୁ ନଦୀ ସେପାରି ଗାଁର ଗର୍ଭବତୀ ଓ ରୋଗୀମାନଙ୍କ କିଛି କାମରେ ଆସିପାରୁନାହିଁ । ବତି ଘରୁ ପ୍ରଥମ ବୋଟ ଆମ୍ବୁଲାନ୍ସ ପ୍ରଚଳନ ହେବା ପରେ ବାକି ୫ଟି ଆଗାମୀ ୫ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ ।

03/03/2019

Leave a Reply

Your email address will not be published. Required fields are marked *

Comments