Bikash Khabar
ନିପାଣିଆ ଡ଼ଙ୍ଗା ବୁଡ଼ି, ୬ ଉଦ୍ଧାରକାରୀଙ୍କୁ ଦିଆଗଲା ସମ୍ବର୍ଦ୍ଦନା

ମହାକାଳପଡ଼ା ବ୍ଲକ ହୁକିଟୋଲା ପର୍ଯ୍ୟଟନସ୍ଥଳୀରୁ ପିକନିକ୍ ଭୋଜି ସାରି ଫେରିବା ବେଳେ ଡ଼ଙ୍ଗା ବୁଡ଼ି ଘଟଣାରେ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ୬ ଜଣ ଉଦ୍ଧାରକାରୀଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଦନା ଦିଆଯାଇଛି ।

ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀଙ୍କ ଉପସ୍ଥିତିରେ ବ୍ଲକ ସଭା ଗୃହରେ ଏକ ସମ୍ବର୍ଦ୍ଦନା ସଭାର ଆୟୋଜନ କରାଯାଇଥିଲା । ସବିତା ଗିରି, ପୂର୍ଣ୍ଣିମା ଗିରି, ଅଭିରାମ ଦାସ, ବଳରାମ ଦାସ, ବୁଦ୍ଧଦେବ ଗିରି, ଭୁଷଣ ସାହାଣୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ସମେତ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଶନିବାର ମୁଖ୍ୟମନ୍ତ୍ରୀ ଏହି ଦୁଇ ବାଳିକାଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି । ତେଣେ ସବିତା ଓ ପୂର୍ଣ୍ଣିମାଙ୍କୁ ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲାସ୍ତରୀୟ ସାହସିକତା ପୁରସ୍କାର ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଦାଶରଥି ଶତପଥୀ ସୂଚନା ଦେଇଛନ୍ତି । ରାଜ୍ୟସ୍ତରୀୟ ସାହସିକତା ପୁରସ୍କାର ପାଇଁ ଶୁକ୍ରବାର ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । 
 

05/01/2019

Leave a Reply

Your email address will not be published. Required fields are marked *

Comments