Bikash Khabar
ମଣିଷ ମୂତ୍ରରୁ ତିଆରି ହେଲା ଇଟା

ଦକ୍ଷିଣ ଆଫ୍ରିକାର ଏକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମଣିଷ ପରିସ୍ରାର ସହାୟତାରେ ଇଟା ତିଆରି କରିଛନ୍ତି । ପରିବେଶ ଓ ପ୍ରକୃତିକୁ ସୁହାଇଲା ଭଳି ନିର୍ମାଣ ଉପକରଣର ଅନ୍ୱେଷଣରେ ଏହି ନୁଆ ଉଭାବନ କରାଯାଇଛି । ଭବିଷ୍ୟତରେ ମଣିଷ ମୂତ୍ରକୁ ବ୍ୟବହାର କରି ପରିବେଶ ଅନୁକୂଳ ଇଟା ତିଆରି କରାଯାଇପାରିବ ବୋଲି ଏହି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ସମୁଦ୍ରରେ ଶାମୁକାର ପ୍ରାକୃତିକ ନିର୍ମାଣ ଯେଭଳି ଠିକ୍ ସେହିପରି ପରିସ୍ରାରେ ଇଟା ତିଆରି କୌଶଳ ବୋଲି କୁହାଯାଇଛି । ପରିସ୍ରାକୁ ବିନିଯୋଗ କରି ଇଟା ତିଆରି ହେବା ପାଇଁ ଛଅରୁ ଆଠ ଦିନ ସମୟ ଲାଗିଥାଏ । ଏହି ନୁଆ ଉଭାବନ କେପଟାଉନ ୟୁନିଭରସିଟିର ଦୁଇ ଛାତ୍ର ଏବଂ ଜଣେ ଅଧ୍ୟାପକ କରିଛନ୍ତି । ସରକାରୀ ଜଳ ଅନୁସନ୍ଧାନ ପରିଷଦର ଅନୁଦାନ ଫଳରେ ଗତ ବର୍ଷ କୃତ୍ରିମ ୟୁରିଆ ସହାୟତାରେ ଏହାର ବ୍ୟବହାରିକତାର ଅଧ୍ୟୟନ କରାଯାଇଥିଲା ଏବଂ ମଣିଷ ମୂତ୍ରରୁ ବ୍ୟବହାର କରି ଇଟା ତିଆରି ଆରମ୍ଭ କରାଯାଇଥିଲା । ଗୋଟିଏ ବର୍ଷର ପରୀକ୍ଷା ପରେ ନମୁନାମୂଳକ ଭାବେ ପ୍ରଥମ ଜୈବିକ ଇଟା ତିଆରିରେ ଆମକୁ ସଫଳତା ମିଳିଥିଲା ବୋଲି କେପଟାଉନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ା ଡ଼ାୟଲିନ ରାମଡ଼ାଲ କହନ୍ତି । 
 

16/11/2018

Leave a Reply

Your email address will not be published. Required fields are marked *

Comments