Bikash Khabar
ନୀରବି ଯାଇଛି ଶଗଡ଼ର କେଁ କଟର ଶବ୍ଦ, ବଦଳିଗଲାଣି ଚାଷ ସଂସ୍କୃତି

  ସମୟ ସହିତ ତାଳ ଦେଇ ବଦଳି ଯାଇଛି ଉକ୍ରଳୀୟ ଚାଷ ସଂସ୍କୃତି ଓ ଗ୍ରାମ୍ୟ ପରମ୍ପରା । ଅତୀତରେ ଗ୍ରାମ୍ୟ ଜୀବନର ସାମାଜିକ ଓ ଅର୍ଥନୀତି ସ୍ଥିତିକୁ ସୁଧାରିବା ଦିଗରେ ପ୍ରଚଳିତ ଥିବା ଶଗଡ଼ ଗାଡ଼ି ଏବେ କାଁ ଭାଁ ଦେଖିବାକୁ ମିଳୁଛି । ଚାଷବାସ ଠାରୁ ଆରମ୍ଭ କରି ଦ୍ରବ୍ୟ ପରିବହନ ଓ ନୂଆ ବୋହୂକୁ ବୋହୂଥିବା ଶଗଡ଼ ଗାଡ଼ି ପୂର୍ବ ସ୍ଥିତିରେ ନାହିଁ ।

୩୦-୪୦ ବର୍ଷ ତଳେ ଶଗଡ଼ରେ ଚାଷୀ ତାର ଚାଷ କ୍ଷେତକୁ ଖତ ସାର ବୋହୁଥିଲା । ଅମଳ ପରେ ଧାନକୁ ଖଳାକୁ ବୋହୁଥିଲା । ଯାନିଯାତ, ମେଳା ମଉଚ୍ଛବ ଓ ସାମାଜିକ କାର୍ଯ୍ୟ ନିମିତ୍ତରେ ଯୋଗ ଦେବାକୁ ଶଗଡ଼ ଲୋଡ଼ା ପଡ଼ୁଥିଲା । ଶଗଡ଼କୁ ନେଇ କେତେ କାହାଣୀ କେତେ ସାହିତ୍ୟ ସୃଷ୍ଟି ହୋଇଛି ।

ବର୍ଷା ଦିନ ଆସିଲେ ଚାଷୀ ପୁଅ ଶଗଡ଼ଟିକୁ ଖୋଲି ଦେଇ ଓଳି ତଳ ପିଣ୍ଡାରେ ତେଲ ମାରି ଯତ୍ନରେ ସାଇତି ରଖୁଥିଲା । ବଳଭଦ୍ର ପୂଜା ଦିନ ଶଗଡ଼ରେ ଲଗାଯାଉଥିଲା ଚନ୍ଦନ ସିନ୍ଦୂର । ଏବେ ଆଧୁନିକ ଟ୍ରାକ୍ଟର ଧନୀ ଚାଷୀର ସମ୍ପଦ ବଢାଇଥିବା ବେଳେ ଗରିବ ଚାଷୀ ଶଗଡ଼କୁ ଝୁରୁଛି । ଆଉ ଅତୀତର କାହାଣୀକୁ ମନେ ପକାଇ ଆଖିକୁ ସଜଳ କରୁଛି । 

08/07/2018

Leave a Reply

Your email address will not be published. Required fields are marked *

Comments